
ବୌଦ୍ଧ(ସିମୁନ ନାଏକ)-ଯାତ୍ରୀବାହୀ ବସ କୁ ଧକ୍କା ଦେଲା ଟ୍ରକ । ଅଳ୍ପକେ ବର୍ତିଲେ ୫୦ଉର୍ଦ୍ଧ ଯାତ୍ରୀ । ଦୁର୍ଘଟଣା ସ୍ଥଳରେ ୧୦ରୁ ଉର୍ଦ୍ଧ ବସ ଯାତ୍ରୀ ଗୁରୁତର । ସମସ୍ତ ଙ୍କୁ ପୁରୁଣାକଟକ ହସ୍ପିଟାଲ ରେ ଭର୍ତ୍ତି । ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା । ବସ ଟି ବୋୖଦ୍ଧ ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇ ଟ୍ରକ ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତବକ ଏକ ତୀର୍ଥଯାତ୍ରୀ ବସ ବୋୖଦ୍ଧ ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ବସ କୁ ଧକ୍କା ଦେଇଥିଲା ଫଳରେ ବସ ର ୧୦ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଥିଲେ ।

ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କୁ ଚିକିତ୍ସା କରାଯାଉଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଟ୍ରକ ଫେରାର ମାରିଛି । ସମସ୍ତ ଯାତ୍ରୀ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ହୋଇଥିବା ବେଳେ ଦାରିଙ୍ଗବାଡିରରୁ ରିଆମାଳ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘଟଣା ସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକ କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।



