Friday, November 22, 2024
spot_imgspot_imgspot_img
Homeରାଜ୍ୟତୀବ୍ରତର ହେଉଛି କୃଷକ ସଂଗଠନର ଆନ୍ଦୋଳନ।

ତୀବ୍ରତର ହେଉଛି କୃଷକ ସଂଗଠନର ଆନ୍ଦୋଳନ।

ବରଗଡ-ବରଗଡ଼ ଜିଲାରେ ଧୀରେ ଧୀରେ କୃଷକ ମାନଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ଗୋଟିଏ ପଟେ ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରେ ତାଲା ପକାଇ ଦଶ ଦିନ ହେବ ସଂଯୁକ୍ତ କୃଷକ ସଂଗଠନ ଶାଖା ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ଧାରଣା ର ନେତୃତ୍ୱ ନେଇଥିବା ବେଳେ ଅନ୍ୟ ପଟେ ଭେଡେନ ବ୍ଲକ କୃଷକ ସଙ୍ଗଠନ ତରଫରୁ ତହସିଲ ଅଫିସ ରେ ତାଲା ଦେଇ ଧାରଣା କୃଷକ ମାନେ ଆନ୍ଦୋଳନ ରେ ବସିଛନ୍ତି। ଉତ୍ପନ୍ନ କୁମାର ଭୋଇ ଙ୍କ ନେତୃତ୍ୱ ରେ ହଜାର ହଜାର ପ୍ରଭାଵିତ କୃଷକ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି।ପ୍ରକାଶ ଥାଉକି ବରଗଡ଼ ଜିଲ୍ଲାରେ ୪୧ ହଜାର ହେକ୍ଟର ଜମି କ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳ ଉପରସ୍ତ ଅଧିକାରୀଙ୍କୁ ଜଣାଇଥିଲେ। ଯେଉଁଥିରେ ଭେଡେନ ବ୍ଲକ ସର୍ବାଧିକ ୯୭୬୧ ହେକ୍ଟର ଜମି ପ୍ରଭାବିତ ହୋଇଥିବା ଉଲେଖ କରି ୧୭ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବୀ କରାଯାଇ ଥିଲା।ହେଲେ କୌଣସି ଚାଷୀ ବର୍ତ୍ତମାନ ସୁଦ୍ଧା ଗୋଟିଏ ଟଙ୍କା ନ ପାଇବା ର ଷଡଯନ୍ତ୍ର ଚାଷୀମାନେ ବୋଝି ପାରୁନାହାନ୍ତି । ଫସଲ ବୀମା କ୍ଷତି ପୂରଣ ପନ୍ଦର ଦିନ ମଧ୍ୟରେ ଚାଷୀ ମାନଙ୍କୁ ଦେବା ଆଇନ ରେ ଉଲେକ୍ଷ ଅଛି । ତିନିମାସ ପରେ ମଧ୍ୟ କେତେ ଚାଷୀ କେତେ ଟଙ୍କା ଓ କେବେ କ୍ଷତିପୂରଣ ପାଇବେ ପ୍ରଶ୍ନ ର ଉତ୍ତର କମ୍ପାନୀ ପ୍ରତିନିଧି ଦେଇପାରୁନାହିଁ। ସେଥିପାଇଁ ଚାଷୀମାନେ ନିଜର ହକ ପାଇଁ ବାରମ୍ବାର ଆନ୍ଦୋଳନ କରି ଶାସନ ପ୍ରଶାସନ ଉପରେ ଚାପ ପକାଇ ଆସୁଛନ୍ତି। ଆଜିର ତହସିଲ ଅଫିସ ତାଲା ବନ୍ଦ ଆନ୍ଦୋଳନ ରେ ଓଡିଶା ରାଜ୍ୟ କୃଷକ ସଂଗଠନ ପ୍ରତିନିଧି ଯୋଗଦେଇ ଆନ୍ଦୋଳନ କୁ ଆହୁରୀ ଦୁର୍ବାର କରିବା ପାଇଁ ଆସନ୍ତା ବୁଧବାର ଦିନ ଅତାବିରା ତହସିଲ ଅଫିସ ରେ ତାଲା ପକାଇ ଧାରଣା ଦେବା ପାଇଁ ସଭାପତି ବୀରେନ୍ଦ୍ର କର ଘୋଷଣା କରିଛନ୍ତି। ଭେଡେନ ତହସିଲ ଅଫିସ ତାଲା ବନ୍ଦ ଆନ୍ଦୋଳନ ରେ ସୁଦାମ ସାହୁ, ନରେନ୍ଦ୍ର ଭୋଇ, ଆନନ୍ଦ ସୁନା, ବିଜୟ ସାହୁ, ବିଶ୍ୱଜିତ ହୋତା, ଲୋକୁ ଦାସ, ନନ୍ଦିଘୋଷ ମିଶ୍ର, ଜୁମେଶ ବେହେରା, ପ୍ରକାଶ ପଧାନ, ହିମାଂଶୁ ଭୋଇ, ରାଜେଶ ପାଢ଼ୀ, ବିକାଶ ମାଝୀ, ସୁବ୍ରତ ପଧାନ, ଅନନ୍ତ ମହାକୁର, ସୁଦାମ ଭୋଇ ସମେତ ସଂଯୁକ୍ତ କୃଷକ ସଂଗଠନ ରମେଶ ମହାପାତ୍ର, କୋଶଲ ସେନା ଭେଡେନ, ଅମୃତ କୁଟୁମ, ଅତାବିରା କୃଷକ ସଂଗଠନ ସମର୍ଥନ ଦେଇଛନ୍ତି। ସେହିପରି ଜିଲ୍ଲା କୃଷି କାର୍ଯ୍ୟାଳୟ ତାଲା ବନ୍ଦ ଆନ୍ଦୋଳନ ରେ ପ୍ରଭାତ ସାହୁ,ପ୍ରେମରାଜ ସାହୁ, କୁଞ୍ଜବିହାରୀ ପଧାନ, ଅରକ୍ଷିତ ମହାକୁଡ଼, ଗଣପତି ପଧାନ, ସୁଦାମ ନନ୍ଦ,ଅଲେଖ ପଧାନ, ସୁଦାମ ସାହୁ, ସନ୍ତୋଷ ମିଶ୍ର, ମୁରଲୀ ଭୋଇ, ଅବିନାଶ ପଟେଲ, ନିର୍ମଳ ପଟେଲ, ବସନ୍ତ ମହାକୁଡ଼, ଗୁଣନିଧି ପଧାନ, କୁନା ପଧାନ, କ୍ଷୀରେଶ୍ୱର ରଣା, ସୁଶାନ୍ତ ସାହୁ, ସନ ନାଗ, କୈଳାଶ ବାଗ, ବାସୁଦେବ ସାହୁ, ମହକି ଚୌହାନ, ରବି ଗରିଆ, ଲକ୍ଷ୍ୟପତି ସାହୁ, ଜୀବର୍ଧନ ପାଣ୍ଡେ, ଡୋଲlମଣୀ ଗହୀର, କ୍ଷୀରୋଦ୍ର ପଟେଲ, ନରସିଂହ ପଣ୍ଡା, ନେତୃତ୍ୱ ନେଇଥିଲେ।ବରଗଡ-ବରଗଡ଼ ଜିଲାରେ ଧୀରେ ଧୀରେ କୃଷକ ମାନଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ଗୋଟିଏ ପଟେ ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରେ ତାଲା ପକାଇ ଦଶ ଦିନ ହେବ ସଂଯୁକ୍ତ କୃଷକ ସଂଗଠନ ଶାଖା ସହିଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନ ଧାରଣା ର ନେତୃତ୍ୱ ନେଇଥିବା ବେଳେ ଅନ୍ୟ ପଟେ ଭେଡେନ ବ୍ଲକ କୃଷକ ସଙ୍ଗଠନ ତରଫରୁ ତହସିଲ ଅଫିସ ରେ ତାଲା ଦେଇ ଧାରଣା କୃଷକ ମାନେ ଆନ୍ଦୋଳନ ରେ ବସିଛନ୍ତି। ଉତ୍ପନ୍ନ କୁମାର ଭୋଇ ଙ୍କ ନେତୃତ୍ୱ ରେ ହଜାର ହଜାର ପ୍ରଭାଵିତ କୃଷକ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି।ପ୍ରକାଶ ଥାଉକି ବରଗଡ଼ ଜିଲ୍ଲାରେ ୪୧ ହଜାର ହେକ୍ଟର ଜମି କ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳ ଉପରସ୍ତ ଅଧିକାରୀଙ୍କୁ ଜଣାଇଥିଲେ। ଯେଉଁଥିରେ ଭେଡେନ ବ୍ଲକ ସର୍ବାଧିକ ୯୭୬୧ ହେକ୍ଟର ଜମି ପ୍ରଭାବିତ ହୋଇଥିବା ଉଲେଖ କରି ୧୭ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବୀ କରାଯାଇ ଥିଲା।ହେଲେ କୌଣସି ଚାଷୀ ବର୍ତ୍ତମାନ ସୁଦ୍ଧା ଗୋଟିଏ ଟଙ୍କା ନ ପାଇବା ର ଷଡଯନ୍ତ୍ର ଚାଷୀମାନେ ବୋଝି ପାରୁନାହାନ୍ତି । ଫସଲ ବୀମା କ୍ଷତି ପୂରଣ ପନ୍ଦର ଦିନ ମଧ୍ୟରେ ଚାଷୀ ମାନଙ୍କୁ ଦେବା ଆଇନ ରେ ଉଲେକ୍ଷ ଅଛି । ତିନିମାସ ପରେ ମଧ୍ୟ କେତେ ଚାଷୀ କେତେ ଟଙ୍କା ଓ କେବେ କ୍ଷତିପୂରଣ ପାଇବେ ପ୍ରଶ୍ନ ର ଉତ୍ତର କମ୍ପାନୀ ପ୍ରତିନିଧି ଦେଇପାରୁନାହିଁ। ସେଥିପାଇଁ ଚାଷୀମାନେ ନିଜର ହକ ପାଇଁ ବାରମ୍ବାର ଆନ୍ଦୋଳନ କରି ଶାସନ ପ୍ରଶାସନ ଉପରେ ଚାପ ପକାଇ ଆସୁଛନ୍ତି। ଆଜିର ତହସିଲ ଅଫିସ ତାଲା ବନ୍ଦ ଆନ୍ଦୋଳନ ରେ ଓଡିଶା ରାଜ୍ୟ କୃଷକ ସଂଗଠନ ପ୍ରତିନିଧି ଯୋଗଦେଇ ଆନ୍ଦୋଳନ କୁ ଆହୁରୀ ଦୁର୍ବାର କରିବା ପାଇଁ ଆସନ୍ତା ବୁଧବାର ଦିନ ଅତାବିରା ତହସିଲ ଅଫିସ ରେ ତାଲା ପକାଇ ଧାରଣା ଦେବା ପାଇଁ ସଭାପତି ବୀରେନ୍ଦ୍ର କର ଘୋଷଣା କରିଛନ୍ତି। ଭେଡେନ ତହସିଲ ଅଫିସ ତାଲା ବନ୍ଦ ଆନ୍ଦୋଳନ ରେ ସୁଦାମ ସାହୁ, ନରେନ୍ଦ୍ର ଭୋଇ, ଆନନ୍ଦ ସୁନା, ବିଜୟ ସାହୁ, ବିଶ୍ୱଜିତ ହୋତା, ଲୋକୁ ଦାସ, ନନ୍ଦିଘୋଷ ମିଶ୍ର, ଜୁମେଶ ବେହେରା, ପ୍ରକାଶ ପଧାନ, ହିମାଂଶୁ ଭୋଇ, ରାଜେଶ ପାଢ଼ୀ, ବିକାଶ ମାଝୀ, ସୁବ୍ରତ ପଧାନ, ଅନନ୍ତ ମହାକୁର, ସୁଦାମ ଭୋଇ ସମେତ ସଂଯୁକ୍ତ କୃଷକ ସଂଗଠନ ରମେଶ ମହାପାତ୍ର, କୋଶଲ ସେନା ଭେଡେନ, ଅମୃତ କୁଟୁମ, ଅତାବିରା କୃଷକ ସଂଗଠନ ସମର୍ଥନ ଦେଇଛନ୍ତି। ସେହିପରି ଜିଲ୍ଲା କୃଷି କାର୍ଯ୍ୟାଳୟ ତାଲା ବନ୍ଦ ଆନ୍ଦୋଳନ ରେ ପ୍ରଭାତ ସାହୁ,ପ୍ରେମରାଜ ସାହୁ, କୁଞ୍ଜବିହାରୀ ପଧାନ, ଅରକ୍ଷିତ ମହାକୁଡ଼, ଗଣପତି ପଧାନ, ସୁଦାମ ନନ୍ଦ,ଅଲେଖ ପଧାନ, ସୁଦାମ ସାହୁ, ସନ୍ତୋଷ ମିଶ୍ର, ମୁରଲୀ ଭୋଇ, ଅବିନାଶ ପଟେଲ, ନିର୍ମଳ ପଟେଲ, ବସନ୍ତ ମହାକୁଡ଼, ଗୁଣନିଧି ପଧାନ, କୁନା ପଧାନ, କ୍ଷୀରେଶ୍ୱର ରଣା, ସୁଶାନ୍ତ ସାହୁ, ସନ ନାଗ, କୈଳାଶ ବାଗ, ବାସୁଦେବ ସାହୁ, ମହକି ଚୌହାନ, ରବି ଗରିଆ, ଲକ୍ଷ୍ୟପତି ସାହୁ, ଜୀବର୍ଧନ ପାଣ୍ଡେ, ଡୋଲlମଣୀ ଗହୀର, କ୍ଷୀରୋଦ୍ର ପଟେଲ, ନରସିଂହ ପଣ୍ଡା, ନେତୃତ୍ୱ ନେଇଥିଲେ।

error: Content is protected !!