Saturday, March 7, 2026
Homeରାଜ୍ୟତାଲୁକ ଆଇନ ସେବାସମିତି ପକ୍ଷରୁ ଶିଶୁ ଦିବସ ପାଳିତ।

ତାଲୁକ ଆଇନ ସେବାସମିତି ପକ୍ଷରୁ ଶିଶୁ ଦିବସ ପାଳିତ।

ବରପାଲି-ବରପାଲି ତାଲୁକ ଆଇନ ସେବା ସମିତି ପକ୍ଷରୁ ଗଙ୍ଗାଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁଦିବସ ପାଳିତ ହୋଇଯାଇଛି। ଗୁରୁବାର ପୁର୍ବାହ୍ନରେ ଆୟୋଜିତ ଉତ୍ସବକୁ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ମନ୍ଦିରା ମହନ୍ତ ଉଦଘାଟନ କରିଥିଲେ। ସମ୍ମାନିୟ ଅତିଥି ଭାବରେ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ,ସରକାରୀ ଓକିଲ ପ୍ରମୋଦ ସିଂ,ଓକିଲ ବ୍ରହ୍ମାନନ୍ଦ ପ୍ରଧାନ ଏବଂ ଗୋଷ୍ଠି ଶିକ୍ଷାଧିକାରୀ ମକୁନ୍ଦ ମାହାରା ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟାଳୟ ପ୍ରଧାନଶିକ୍ଷକ ସରୋଜ ରାଉତ ସ୍ବାଗତ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ମୁକ୍ତା ସାହୁ ପ୍ରଥମ,ଦେବାଶିଷ ବୁଧିଆ ଦ୍ବିତିୟ ଏବଂ ରୋହିତ ସେଟ ତୃତିୟ ସ୍ଥାନ ଅଧିକାର କରିବା ସହିତ ପୁରସ୍କୃତ ହୋଇଥିଲେ। ଅତିଥି ମାନେ ଶିଶୁ ଦିବସର ତାତ୍ପର୍ଯ୍ଯ,ଶିଶୁ ମାନଙ୍କ ବ୍ୟବହାରିକ ଆଚାର ବିଚାର,ମାନଶିକ ଗଠନ ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

error: Content is protected !!