ବରପାଲି – ବରପାଲି ତହସିଲ ଛକ ଦୂର୍ଗାପୂଜା ପାଇଁ ଶନିବାର ଦୁର୍ଗାମଣ୍ତପରେ ନିତିକାନ୍ତି ସହ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ବରିଷ୍ଠ ପଣ୍ଡିତ ହେମନ୍ତ ମିଶ୍ରଙ୍କ ତତ୍ବାଧାନରେ ପୁରୋହିତ କାର୍ଯ୍ଯଭାର ତୁଲାଇଥିଲେ। ପୂଜାକମିଟି ସଭାପତି ପ୍ରଫେସର ସୁଶିଲ ଶତପଥୀଙ୍କ ସମେତ ବ୍ରାହ୍ମଣ ସମାଜ ର ସଭାପତି କୃଷ୍ଣ ଚନ୍ଦ୍ର ଦେବତା, ନରେନ୍ଦ୍ର ଶତପଥି,ରାଜ୍ୟ ସମବାୟ ସମିତି ଉପ ସଭାପତି ବିରୋସନ୍ ସାହୁ,ନରେନ୍ଦ୍ର ହୋତା,ଗୌର ହରି ମିଶ୍ର,ନିର ମିଶ୍ର ସମେତ ବହୁ କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଜୟ ଜଗଦମ୍ବା କ୍ଲବ ପକ୍ଷରୁ ଆୟୋଜିତ ଆଗାମି ଦୁର୍ଗାପୂଜାର ପୂଜକ ପଣ୍ତିତ ହେମନ୍ତ ମିଶ୍ର ରହିଥିବା ବେଳେ ପୂଜାକର୍ତ୍ତା ଭାବରେ ଚିତ୍ତରଞ୍ଜନ ମିଶ୍ର ସପତ୍ନୀଙ୍କ ଦ୍ବାରା ଶୁଭସ୍ତମ୍ଭ ସ୍ଥାପନ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପ ସଭାପତି ଚିତ୍ତରଞ୍ଜନ ସାହୁ, ଶରତ ପାଣିଗ୍ରାହୀ, ପଦ୍ମଲୋଚନ ପଣ୍ଡା, ବୁଲୁ ଦାସ,ରୋହିତ ରାଉତ, ପ୍ରମୋଦ ଗହିର, ଭରତ ଗହୀର,, ବଜରଙ୍ଗ ଗହିର, ପଦ୍ମଲୋଚନ ସାହୁ,ରଞ୍ଜନ ବେହେରା,ଦୁଷ୍ମନ୍ତ ମିଶ୍ର, ଭବାନୀ ଶର୍ମା,ପ୍ରମୋଦ ଷଡ଼ଙ୍ଗୀ,ଲଳିତ ଚିନ୍ଦା, ସରୋଜ ତ୍ରିପାଠୀ,ସନ୍ତୋଷ ସାହୁ, ସମାରୁ ପରିଡା, ସନ୍ତୋଷ ସାହୁ,ସୁଦାମ ରାଉତ,ସୁମନ ସାହୁ, କୁନା ବାରିକ,ଧନସିଂ ବରିହା, ମୁରଲୀ ପଧାନ ପ୍ରମୁଖ ସଭ୍ୟମାନେ ଉପସ୍ଥିତ ରହିଥିଲେ ।



