Saturday, March 7, 2026
Homeରାଜ୍ୟଡୁମ୍ବେରବାହାଲ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।

ଡୁମ୍ବେରବାହାଲ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହୃଷୀକେଶ ବାଗଙ୍କ ସଭାପତିତ୍ବରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ। ପ୍ରୋଜେକ୍ଟରେ ପ୍ରଥମ ଘନେଶ୍ବରୀ ସାହୁ, ଦ୍ବିତୀୟ ଗୁପ୍ତେଶ୍ୱର ଦନ୍ତା

ଓ ତୃତୀୟରେ କ୍ରୀଷ୍ଣାମୟୀ ମୁଗୁରୀ ହୋଇଥିବା ବେଳେ ଗଣିତ କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ନିତିଶ ସାହୁ, ଦ୍ବିତୀୟ ଗୁପ୍ତେଶ୍ୱର ଦନ୍ତା ଓ ତୃତୀୟରେ ବର୍ଷା ବାଗ ହୋଇଥିଲେ । ଏନେଇ କୃତୀ ପ୍ରତୀଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ବାବୁଲାଲ ଧରୁଆ, ସୌତମ ଛତର ଓ ସୁଦାମ କନ୍ଧେର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଜ୍ଞାନ ଶିକ୍ଷକ ଡେଜଲିଙ୍ଗ ଦନ୍ତା ଧନ୍ୟବାଦ ଦେଇଥିଲେ।

error: Content is protected !!