Thursday, February 27, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଡୁମ୍ବେରବାହାଲ ବିଦ୍ୟାଳୟରେ ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ।

ଡୁମ୍ବେରବାହାଲ ବିଦ୍ୟାଳୟରେ ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ମଙ୍ଗଳବାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହୃଷୀକେଶ ବାଗଙ୍କ ସଭାପତିତ୍ବରେ ଛାତ୍ରଛାତ୍ରୀଙ୍କ ପାଇଁ ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ମାଣ୍ଡୋସିଲ ଅଞ୍ଚଳର ଗାଳ୍ପିକ,ଲେଖକ ତଥା କବି ଭୋଜରାଜ ବୁଡେକ ଓ ସମ୍ମାନୀତ ଅତିଥି ଭାବରେ ଶାନ୍ତିକୁଞ୍ଜ ପ୍ରତିନିଧି ତଥା ସାରସ୍ବତ ସାଧକ ପ୍ରମୋଦ କୁମାର ଭୋଇ,

ଗାଳ୍ପିକ ତଥା ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବରିହା, ମାଣ୍ଡୋସିଲ କ୍ଳଷ୍ଟର ସିଆରସିସି ବସୁଦେବ କୁମ୍ଭାର ପ୍ରମୁଖ ମଞ୍ଚାସୀନ ଅତିଥି ଭାବରେ ଉପସ୍ଥିତ ଥିଲେ। ଏଥିରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ସରକାରୀ ଶିକ୍ଷକ ଡେଜଲିଙ୍ଗ ଦନ୍ତା, ସୌତମ ଛତର, ସୁଦାମ କନ୍ଧେର ତଥା ସ୍କୁଲ ପରିଚାଳନା କମିଟି ସଭ୍ୟ ସଭ୍ୟା ସହଯୋଗ କରିଥିବା ବେଳେ ଶିକ୍ଷକ ବାବୁଲାଲ ଧରୁଆ ଧନ୍ୟବାଦ ଦେଇଥିଲେ।

error: Content is protected !!