Wednesday, April 16, 2025
spot_imgspot_imgspot_img
Homeଅଘଟଣଡୁମ୍ବେରବାହାଲରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ।

ଡୁମ୍ବେରବାହାଲରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ।

ଶୀଘ୍ର କ୍ଷୟକ୍ଷିୟ ଆର୍ଥିକ ସହାୟତା ପାଇଁ ପ୍ରଶାସନକୁ ଦାବି ।

ପାଇକମାଳ-ପାଇକମାଳ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ମିଲ ଘର ପଡା ବେଦବ୍ୟାସ ହଂସଙ୍କ ଘର ପୋଡ଼ି ଯାଇ ଲକ୍ଷାଧିକ ସମ୍ପତ୍ତି ଭସ୍ମୀଭୂତ ହୋଇ ଛାରଖାର ହୋଇଯାଇଅଛି। ସୂଚନାଯୋଗ୍ୟ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ସଂଧ୍ୟାରେ ବେଦବ୍ୟାସ ହଂସଙ୍କ ପରିବାର ରାଧାକୃଷ୍ଣ ମନ୍ଦିରକୁ ସମସ୍ତ ଯାଇ ଭୋଗ ଖାଉଥିବା ସମୟରେ ହଠାତ ତାଙ୍କ ଘରୁ ଧୂଆଁ ବାହାରୁଥିବା ପଡାବାସୀ ଦେଖିଥିଲେ। ଅଳ୍ପ ସମୟରେ ମଧ୍ୟରେ ନିଆଁ ବ୍ୟାପି ଯାଉଥିବା ସମୟରେ ତାଙ୍କ ପରିବାର ତଥା ପଡାବାସୀମାନେ ନିଆଁକୁ ଆୟତ୍ତ କରିପାରିନଥିଲେ। ପାଇକମାଳ ଦମକଳ ବାହିନୀ ଖବର ପାଇ ଘଟଣା ସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିପାରିଲେ।

ନିଆଁରେ ବେଦବ୍ୟାସଙ୍କ ୫ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୟକ୍ଷତି ହୋଇଯାଇଛି ବୋଲି ବେଦବ୍ୟାସ କହିଛନ୍ତି। ଏହି ଖବର ଜାଣି ମାଣ୍ଡୋସିଲ ଆରଆଇ ନରେନ୍ଦ୍ର ବିଶି ଓ ଅମିନ ଅକ୍ଷୟ କୁମାର ପାଢ଼ୀ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏନେଇ ଆମେ ଆରଆଇ ନରେନ୍ଦ୍ର ସୁନାଙ୍କୁ ପଚାରିବାରୁ ଆମେ ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନକରି ସରକାରୀ ନିୟମ ଅନୁଯାୟୀ ଯେଉଁ ସରକାରୀ ସହାୟତା ମିଳିବା କଥା ଆମେ ସେହି ରିପୋର୍ଟକୁ ପାଇକମାଳ ତହସିଲଦାର ନିକଟକୁ ଆମେ ପଠାଇ ଦେଇଛୁ ବୋଲି କହିଛନ୍ତି। ଏନେଇ ବେଦବ୍ୟାସ ପରିବାରକୁ ଶିଘ୍ର ସରକାରୀ ଆର୍ଥିକ ସହାୟତା ଦିଆଯାଉ ବୋଲି ଜନସାଧାରଣ ପ୍ରଶାସନକୁ ଦାବି କରିଛନ୍ତି।

error: Content is protected !!