Saturday, March 7, 2026
Homeଖେଳଡୁଡୁକିଝରିଆ ରାତ୍ରୀକାଳୀନ କ୍ରିକେଟ୍ କପ୍ ଉଦଘାଟିତ ।

ଡୁଡୁକିଝରିଆ ରାତ୍ରୀକାଳୀନ କ୍ରିକେଟ୍ କପ୍ ଉଦଘାଟିତ ।

ପାଇକମାଳ-ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଖେଳ ପଡ଼ିଆରେ ଶନିବାର ସନ୍ଧ୍ୟାରେ ଚାଲିଥିବା ପ୍ରଥମ ଡୁଡୁକିଝରିଆ ରାତ୍ରୀକାଳୀନ କପ୍ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ ଓ ସମ୍ମାନିତ ଅତିଥି ଭାବରେ ଆକାଶ ପାଣିଗ୍ରାହୀ ଯୋଗଦେଇ ଉଦଘାଟନ କରିଥିଲେ। ବିମଲ ଇଲେଭେନ ଓ ଓ୍ବାରିଆର ଇଲେଭେନ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯାଇଥିଲା।

ଆଶୁତୋଷ ତ୍ରିପାଠୀ ଓ ଟୁନା ପୃଷ୍ଟି ଖେଳ ପରିଚାଳନା କରିଥିଲେ। ମଣ୍ଟୁ ଷଡ଼ଙ୍ଗୀ ସ୍କୋରର ଥିବା ବେଳେ ବିକାଶ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ। ଆଖପାଖ ବହୁତ ଆଞ୍ଚଳିକ କ୍ରିକେଟ୍ ଦଳଗୁଡ଼ିକ ଅଂଶଗ୍ରହଣ କରିଥିଲେ। ଏଥିରେ ଆୟୋଜକ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତାକାଲି ରବିବାର ସନ୍ଧ୍ୟାରେ ଫାଇନାଲ ମ୍ୟାଚ ଖେଳାଯିବ ନେଇ କମିଟି ପକ୍ଷରୁ କୁହାଯାଇଛି।

error: Content is protected !!