Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଡୁଙ୍ଗୁରୀପାଲିରେ ପ୍ରସିଦ୍ଧ ଗୋଷ୍ଠାଷ୍ଟମୀ ପୂଜାତ୍ସୋବ ।

ଡୁଙ୍ଗୁରୀପାଲିରେ ପ୍ରସିଦ୍ଧ ଗୋଷ୍ଠାଷ୍ଟମୀ ପୂଜାତ୍ସୋବ ।

ଭେଡେନ-ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ରେମଣ୍ଡା ପଞ୍ଚାୟତ ଡୁଙ୍ଗୁରୀପାଲି ପ୍ରସିଦ୍ଧ ଗୋଷ୍ଠାଷ୍ଟମୀ ପୂଜାତ୍ସୋବ ଉତ୍ସାହ ଉଦ୍ଦିପନା ସହ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ଅପରାହ୍ନ ସମୟରେ ଦୁଳଦୁଳି ବାଜା, ଘଣ୍ଟ ବାଦ୍ୟ ସହ ନନ୍ଦ ରାଜା,ରାଣୀ,କୃଷ୍ଣ ବଲରାମ,ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ସ୍ଥାନୀୟ ଡୁଙ୍ଗୁରୀ ସ୍ଥିତ ପୂଜା ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା ସାରିବା ପରେ ନନ୍ଦ ରାଜା ରାଣୀ ଗୋରୁଙ୍କୁ ଖାଇବାକୁ ଦେଇଥିଲେ।

ଏହା ସହିତ ସକାଳୁ ଡୁଙ୍ଗୁରୀ ସ୍ଥିତ ଗୋପାଲଜୀ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହି ପୂଜାରେ କର୍ତ୍ତା ଭୁଏ ସପତ୍ନୀକ କର୍ତ୍ତାଭାବେ ଏବଂ କୃଷ୍ଣ ଅଭିନୟ ଦିବ୍ୟାଂଶ ବାଗ ଓ ବଳରାମ ବବୁଲୁ ବାଗ,ନନ୍ଦ ରାଜା ଓ ରାଣୀ ଭାବେ ଗଣେଶ ବାଗ ସପତ୍ନୀକ ଦାୟିତ୍ବ ତୁଲାଇଥିଲେ । ପଣ୍ଡିତ ସୁରେନ୍ଦ୍ର ଶତପଥୀ ପୂଜା କାର୍ଯ୍ୟ ସଂପାଦକ କରିଥିଲେ। ଏହି ଅବସରରେ ମନୋରଞ୍ଜନ ପାଇଁ ଦଣ୍ଡ ନୃତ୍ୟ ଓ ନାଟକ ପରିବେଷଣ ହୋଇଥିଲା।

error: Content is protected !!