Saturday, March 7, 2026
Homeରାଜ୍ୟଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଏକ ସଂପାନ ଅନୁଷ୍ଠିତ ।

ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଏକ ସଂପାନ ଅନୁଷ୍ଠିତ ।

ଡୁଙ୍ଗୁରିପାଲି-ଡୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ତରଫରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟାନନ୍ଦ ଦାଶ ଙ୍କ ଅଧ୍ୟକ୍ଷତା ରେ ଏକ ସଂପାନ ଅନୁଷ୍ଠିତ ହୋଇଯାଇଛି. ଏହି ସଂପାନ ରେ ଆଲୋଚକ ଭାବେ ସାରଲା ମହାବିଦ୍ୟାଳୟ (ଜଗତସିଂହପୁର) ର ଅଧ୍ୟାପିକା ସୁଶ୍ରୀ ଅନ୍ନପୂର୍ଣ୍ଣା ପଣ୍ଡା ଏବଂ ଆଞ୍ଚଳିକ ଶିକ୍ଷାକେନ୍ଦ୍ର ଭୁବନେଶ୍ଵର ର ଅଧ୍ୟାପକ ଆକାଶ ମେହେର ଯୋଗଦାନ କରି ବେଦାନ୍ତ ଦର୍ଶନ ଶାସ୍ତ୍ର ଉପରେ ଆଲୋଚନା କରିଥିଲେ । ପ୍ରଥମେ ମାଁ ସରସ୍ବତୀଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ ପରେ ବିଭାଗୀୟ ମୂଖ୍ୟ ଶ୍ରୀ ଶୈଳେଶ ସତପଥି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ତାଙ୍କୁ ବିଭାଗ ତରଫରୁ ସମ୍ବର୍ଦ୍ଧିତ କରିଥିଲେ. ବିଭାଗୀୟ ଅଧ୍ୟାପିକା ସୁଶ୍ରୀ ଗୋପିକା ଦାଶ ବେଦାନ୍ତ ଦର୍ଶନ ଉପରେ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ ।

ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଥିରେ ଆଗ୍ରହ ର ସହ ଛାତ୍ରଛାତ୍ରୀ ମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ. ପରିଶେଷ ରେ ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ମଧୁସ୍ମିତା ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ. ଛାତ୍ରୀ ସୀତା ଜାଲ୍ ମଞ୍ଚ ପରିଚାଳନା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ. ଛାତ୍ରୀ ମେଘା ପାଣ୍ଡେ ଏବଂ ସାଥି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଏବଂ ଶିକ୍ଷା ବିଭାଗ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।

error: Content is protected !!