Friday, May 2, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ।

ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ।

ଡୁଙ୍ଗୁରିପାଲି-ଡୁଙ୍ଗୁରିପାଲି ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ତରଫରୁ +୩ ଶେଷ ବର୍ଷ ଶିକ୍ଷାର୍ଥୀ ମାନଙ୍କୁ ବିଦାୟ କାଲିନ ସଂବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷା ବିଭାଗ ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଶୈଳେଶ ସତପଥି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ବିଶ୍ୱାଳ ଉଦ୍’ଘାଟନ କରି ନିଜର ବକ୍ତବ୍ୟ ପ୍ରଦାନ କରଥିଲେ। ସମ୍ମାନୀତ ଅତିଥି ଭାବରେ ଡୁଙ୍ଗୁରିପାଲି ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାମନ୍ତ ଚନ୍ଦ୍ର ସାହୁ ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କୁ ଅନେକ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ । ବିଭାଗିୟ ମୁଖ୍ୟ ଶ୍ରୀଯୁକ୍ତ ସତପଥି ଶିକ୍ଷାର୍ଥୀ ମାନଙ୍କ ଭବିଷ୍ୟତ ଜୀବନ ସୁସଂଗଠିତ କରିବା ଦିଗରେ ଶୃଙ୍ଖଳା ର ଭୂମିକା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ସୁଶ୍ରୀ ଗୋପିକା ଦାଶ ଶିକ୍ଷାର୍ଥୀ ମାନଙ୍କୁ ନିଜର ଭବିଷ୍ୟତ ଲକ୍ଷ୍ୟ ହାସଲ କରିବା ଦିଗରେ ପରିଶ୍ରମ ର ଭୂମିକା ଉପରେ ଆଲୋଚନା କରିଥିଲେ । ଶେଷ ବର୍ଷର ଶିକ୍ଷାର୍ଥୀ ମାନେ ଏହି ମହାବିଦ୍ୟାଳୟରେ ଅତିବାହିତ କରିଥିବା ତିନିବର୍ଷର ନିଜର ଅନୁଭୁତି ବର୍ଣ୍ଣନା କରି ଭାବ ବିହ୍ଵଳ ହୋଇପଡ଼ିଥିଲେ । ଭକ୍ତ ସଭାକାର୍ଯ୍ୟ କୁ ଛାତ୍ରୀ ସୁଶ୍ରୀ ସୀତା ଜାଲ୍ ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀ ପାଣ୍ଡେ ପ୍ରାରମ୍ଭିକ ସଂଗିତ ଗାନ କରିଥିଲେ ଏବଂ ଛାତ୍ରୀ ସୁଶ୍ରୀ ସପ୍ନା ସାଲ୍’ମା ଧନ୍ୟବାଦ ଅର୍ପଣ କରିଥିଲ । ପରିଶେଷରେ କିଛି ମନୋରଞ୍ଜନ ଓ କୌତୁକିଆ କାର୍ଯ୍ୟକ୍ରମ କରାଯାଇ ଶେଷ ବର୍ଷର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ Mr. Farewell ଭାବେ ବିକାଶ ରାଉତ୍ କୁ ଏବଂ Miss Farewell ଭାବେ ପାୟଲ ରଣା କୁ ସଂବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଭାଗ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ l

error: Content is protected !!