
ଡୁଙ୍ଗୁରିପାଲି-ଡୁଙ୍ଗୁରିପାଲି ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ସଭାରେ ଇତିହାସ ବିଭାଗର ପ୍ରଧ୍ୟାପକ ଶ୍ରୀ ଶୁକଦେବ ଝାଙ୍କର ଅଧ୍ୟକ୍ଷତା କରିଥିଲେ। ଶିକ୍ଷା ବିଭାଗର ଅଧ୍ୟାପକ ଶୈଳେଶ ଶତପଥୀ ସଭା ପରିଚାଳନା କରିଥିଲେ। ସଭାରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ତଥା ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

ସାଂସ୍କୃତିକ ପ୍ରତିଯୋଗିତାରେ +୩ ବିଭାଗରେ ଛାତ୍ର ରାଜା ବେହେରା ଓ +୨ ବିଭାଗରେ ସୋନାଲି ଗହିର ଶ୍ରେଷ୍ଠ ରୂପେ ବିବେଚିତ ହୋଇ ଥିଲେ। ଖେଳ ବିଭାଗରେ +୨ ଛାତ୍ର ବିଜୁ ପଟେଲ୍ ଛାତ୍ରୀ +୩ ବିଭାଗରେ ବିକାଶ କୁମ୍ଭାର , ସସ୍ମିତା କୁମ୍ଭାର ଶ୍ରେଷ୍ଠ ରୂପେ ବିବେଚିତ ହୋଇଥିଲେ। ସଭା ଶେଷରେ ଡ ପ୍ରକାଶ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।



