ସୋନପୁର-ଡ଼ୁଙ୍ଗୁରିପାଲି ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ହରିହର ଦାଶଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ପ୍ରାରମ୍ଭରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଭାଗୀୟ ମୁଖ୍ୟ ସରୋଜ କୁମାର ଦାଶଙ୍କ ଦ୍ଵାରା ସମ୍ବିଧାନ ର ପ୍ରସ୍ଥାବନାର ସାମୁହିକ ପଠନ କରାଯାଇଥିଲା ।
ଅଧ୍ୟାପକ ଶ୍ରୀଯୁକ୍ତ ବିଜୟାନନ୍ଦ ଦାଶ, ଆଧ୍ୟାପିକା ଶ୍ରୀମତୀ ପଦ୍ମିନୀ ଗୁରୁ, ଅଧ୍ଯାପିକା ସୁଶ୍ରୀ ଲିପ୍ସା ବେହେରା, ଅଧ୍ଯାପିକା ସୁଶ୍ରୀ ଗୋପିକା ଦାସ ଏବଂ ଶିକ୍ଷାର୍ଥୀ ମାନେ ସମ୍ବିଧାନ ଉପରେ ନିଜସ୍ଵ ମତ ରଖିଥିଲେ । ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଦାଶ ସମ୍ବିଧାନର ଆବଶ୍ୟକତା, ଉପାଦେୟତା, ଓ ଭାରତୀୟ ସାମ୍ବିଧାନୀକ ଶାସନ ର ଗୁରୁତ୍ଵ ଉପରେ ନିଜର ଅଭିମତ ରଖିଥିଲେ । ପରିଶେଷ ରେ ଆଧ୍ୟାପିକା ଲିପ୍’ସା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।