Sunday, March 8, 2026
Homeରାଜ୍ୟଡି.ଏସ.ସି ନମ୍ବର ନ ଦେଲେ ମିଲୁନି ରନ୍ଧନ ଗ୍ୟାସ,ହନ୍ତସନ୍ତ ହିତାଧିକାରୀ ।

ଡି.ଏସ.ସି ନମ୍ବର ନ ଦେଲେ ମିଲୁନି ରନ୍ଧନ ଗ୍ୟାସ,ହନ୍ତସନ୍ତ ହିତାଧିକାରୀ ।

ପାଇକମାଳ – ପାଇକମାଳ ବ୍ଳକରେ ଗତ ଦୁଇ ସପ୍ତାହ ପାଖାପାଖି ବିଭିନ୍ନ ଗାଁରେ ଥିବା ଗ୍ରାମୀଣ ବିତରକ ଡିଲରମାନଙ୍କ ପାଖରେ ଗ୍ୟାସ ଅଭାବ ଦେଖାଯାଇଛି। ଯାହା ଫଳରେ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି।‌ମୋଦି ସରକାର ଗରୀବ ଶ୍ରେଣୀର ଲୋକମାନଙ୍କୁ ଗ୍ୟାସ ଦେଇଛନ୍ତି । ହେଲେ ଏବେ ସେମାନେ ଗ୍ୟାସ ପାଉନାହାନ୍ତି।

କାରଣ ଅଧିକାଂଶ ହିତାଧିକାରୀ ମୋବାଇଲ କରିନାହାନ୍ତି। ଆଉ କେତେକାଂଶ ମୋବାଇଲ ରିଚାର୍ଚ ବଢ଼ିଥିବା ହେତୁ ରିଜାର୍ଚ କରୁନାହାନ୍ତି। ବର୍ତ୍ତମାନ ଗ୍ୟାସ ଡିଲର ମାନେ ମୋବାଇଲକୁ ଆସୁଥିବା ଡି.ଏସ.ସି ନମ୍ବର ୪ଟି ନ ଦେଲେ ଗ୍ୟାସ ଦେଉନାହାନ୍ତି। ଡିଲର କହିବା ଅନୁସାରେ ଡି.ଏସ.ସି ନ କଲେ ଡିପୋରୁ ଗ୍ୟାସ ମିଳୁନାହିଁ।

ବର୍ଷା ଋତୁରେ କାଠ ବି ମିଳୁନାହିଁ କି ଗ୍ୟାସ ମଧ୍ୟ ନମିଲୁ ଥିବାରୁ ହିତାଧିକାରୀ ହନ୍ତସନ୍ତ ହେଉଛନ୍ତି। ବାଧ୍ୟ ହୋଇ ହିତାଧିକାରୀ ପଡୋଶୀ ଜିଲ୍ଲା ଅଧିକ ଖର୍ଚ୍ଚାନ୍ତ କରି ଗ୍ୟାସ ଆଣି ବ୍ୟବହାର କରୁଛନ୍ତି। ଏଥିପ୍ରତି ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେଇ ଶିଘ୍ର ଡିଲରମାନଙ୍କୁ ଗ୍ୟାସ ଯୋଗାଇ ଦେବାକୁ ଦାବି ହୋଇଛି।

error: Content is protected !!