Saturday, March 7, 2026
Homeଖେଳଡିସେମ୍ବର ୨୪ରୁ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ ।

ଡିସେମ୍ବର ୨୪ରୁ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ ।

ପାଇକମାଲ-ପାଇକମାଲ ବ୍ଳକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍ଲବର ଏକ ସାଧାରଣ ସଭା ପ୍ରଶାନ୍ତ ସାହୁଙ୍କ ସଭାପତିତ୍ୱରେ ଏକ ଅନୁଷ୍ଠିତ ହୋଇଯାଇଅଛି। ଚଳିତ ବର୍ଷ କ୍ଲବର ସଦସ୍ୟ ସୁନୀଲ ସାହୁଙ୍କ ବାପା ସ୍ବର୍ଗତ ସାଧୁଚରଣ ସାହୁଙ୍କ ଟୁର୍ଣ୍ଣାମେଣ୍ଟକୁ ନାମିତ କରାଯିବା ପାଇଁ ସ୍ଥିର ହୋଇଛି । ଆସନ୍ତା ଡିସେମ୍ବର ୨୪ରୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୮ଟି ଟିମଙ୍କୁ ନେଇ ଟି୨୦ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ପାଇଁ ସ୍ଥିରୀକୃତ ହୋଇଛି।

ରାଜ୍ୟର ଭିତରୁ ୫ଟି ଟିମ ଓ ଅନ୍ୟରାଜ୍ୟରୁ ୩ଟି ଟିମ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।ସଭାରେ ରାଇଜିଂ ଷ୍ଟାର କ୍ରିକେଟ କ୍ଲବର ବରିଷ୍ଠ ସଦସ୍ୟ ଓ ସମସ୍ତ ଯୁବ ସଦସ୍ୟ ଉପସ୍ଥିତ ଥିଲେ।ସଭାରେ ଶେଷରେ ଉପଦେଷ୍ଟା ହେମସାଗର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!