Saturday, March 1, 2025
spot_imgspot_imgspot_img
Homeରାଜ୍ୟଡାଙ୍ଗବାହାଲ ଉନ୍ନୀତ ସ୍କୁଲରେ ଡଷ୍ଟବିନ ଧରି ମଇଳା ଫିଙ୍ଗୁଛନ୍ତି ଛାତ୍ର !

ଡାଙ୍ଗବାହାଲ ଉନ୍ନୀତ ସ୍କୁଲରେ ଡଷ୍ଟବିନ ଧରି ମଇଳା ଫିଙ୍ଗୁଛନ୍ତି ଛାତ୍ର !

ଭୁଲ ହୋଇଯାଇଛି ଆଉ ହେବନାହିଁ – ପ୍ରଧାନଶିକ୍ଷକ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନେ କିଭଳି ସ୍କୁଲ ପ୍ରତି ଆକୃଷ୍ଟ ହେବେ ଓ ଶିକ୍ଷାଦାନ ପାଇଁ ଆସିବେ ସେଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ସ୍କୁଲ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ମଧ୍ୟ ଘୋଷଣା କରିଛନ୍ତି। କିନ୍ତୁ କେତେକ ସ୍କୁଲରେ ପ୍ରଧାନଶିକ୍ଷକଙ୍କ ଖାମଖିଆଲି ମନୋଭାବ ଓ ସରକାରଙ୍କ ନିୟମକାନୁନକୁ ବେଖାତିର ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ଅମଙ୍ଗ ହେବାସହ ସେମାନଙ୍କ ଉପରେ କୁପ୍ରଭାବ ପଡୁଛି।ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଡାଙ୍ଗବାହାଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ।

ସ୍କୁଲର ପ୍ରଧାନଶିକ୍ଷକ ସ୍କୁଲର ଛାତ୍ର ମାନଙ୍କୁ ଶନିବାର ଦିନ ସ୍କୁଲର ଡଷ୍ଟ ବିନରେ ଥିବା ମଇଳା ଆବର୍ଜନା ଫିଙ୍ଗାଉଥିବା ଭଳି ଘଟଣା ଦେଖିବକୁ ମିଳିଛି।ସ୍କୁଲର ମଇଳା ଫିଙ୍ଗିବାକୁ ଛାତ୍ରମାନେ ମଇଳା ଡଷ୍ଟବିନ ଧରି ସ୍କୁଲ ଠାରୁ ଏକ କିମି ଦୂର ଜାଇ ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଏନେଇ ମଇଳା ଫିଙ୍ଗିବାକୁ ଯାଇଥିବା ଛାତ୍ରଙ୍କୁ ପଚାରିବାରୁ ସ୍କୁଲ ମଇଳା ଦୁର୍ଗନ୍ଧ ହେଉଥିଲା ଏନେଇ ପ୍ରଧାନ ଶିକ୍ଷକଙ୍କୁ କହିବାରୁ ଫିଙ୍ଗିଦେବା ପାଇଁ କହିଥିଲେ। କିଏ ମଇଳା ଫିଙ୍ଗିବାକୁ କହିଥବା ପଚାରିବାରୁ ପ୍ରଧାନଶିକ୍ଷକ ସୁଶାନ୍ତ ଧରୁଆ କହିଥିବା କହିଥିଲେ।ଏନେଇ ପ୍ରଧାନଶିକ୍ଷକ ଶ୍ରୀ ଧରୁଆ ଙ୍କୁ ପଚାରିବାରୁ ଏଭଳି ଭୁଲ ଆଉ ହେବ ନାହିଁ ଥରୁଟିଏ ଦେଖନ୍ତୁ ବୋଲି କହିଥିଲେ।

ଏ ବିଷୟରେ ପାଟଣାଗଡ଼ ବିଇଓ ଶଙ୍କର ପ୍ରଶାଦ ମାଝୀଙ୍କୁ ଅବଗତ କରିବାରୁ ଏଭଳି ଘଟଣା ନ ହେବାକଥା ଯଦି ହୋଇଛି ଗୁରୁତର ଅପରାଧ। ଏ ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଦଣ୍ଡ ମୁକ୍ତ ଅଂଚଳରେ ଛାତ୍ର ମାନଙ୍କୁ ମଇଳା ଫିଙ୍ଗାଇବା ଘଟଣା ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏ ଘଟଣାରେ ଶିକ୍ଷା ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାଵି ହେଉଛି।

error: Content is protected !!