ପଦ୍ମପୁର-ପଦ୍ମପୁର ବିଜେପି କାର୍ଯ୍ୟାଳୟ ଠାରେ ଡ଼.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପଦ୍ମପୁର ବିଜେପି ଟାଉନ ସଭାପତି ସୁନୀଲ ଅଗ୍ରୱାଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଜେପି ପାଇଁ ଡ଼.ମୁଖାର୍ଜୀ ଯେଉଁ ଭଳି ଭାବରେ ନିଜକୁ ବଳିଦାନ ଦେଇ ଆଗକୁ ବଢେଇ ନେଇଥିଲେ ଠିକ ସେହିପରି ଆମେ ମାନେ ମଧ୍ୟ ନିଜକୁ ତାଙ୍କ ଅନୁସରଣ କରି ଆଗେଇଯିବା ବୋଲିମୁଖ୍ୟ ଅତିଥି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀମାନ ଗୋବର୍ଦ୍ଧନ ଭୁଏ ତାଙ୍କ ଅଭିଭାଷଣରେ କହିଥିଲେ । ସମସ୍ତ କାର୍ଯ୍ୟକର୍ତ୍ତା ଏକ ହୋଇ ,ନିଜ ଭିତରେ ମନମାଳିନ୍ଯ ନ ରଖି ଆଗାମୀ ପଂଚାୟତ ନିର୍ବାଚନରେ ବିଜେଡିକୁ ବାଜିମାତ କରିବା ପାଇଁ ନିଜକୁ ଏକଜୁଟ ହେବାପାଇଁ ତାଙ୍କରବରିଷ୍ଠ ବିଜେପି ନେତା ପ୍ରିତମ ମେହେର ବକ୍ତବ୍ୟ ରଖିଥିଲେ ।

ଏହି ସଭାରେ ଅନ୍ୟ ମାନଙ୍କ ମଧ୍ଯରେ ସମସ୍ତ ନିରୋଜ ଦାଶ,ସୁବ୍ରତ କୁମାର ସାହୁ,ପ୍ରତାପ ନାଥ, ନୀଳାଚଳ ଭାଇ,ପ୍ରମୋଦ ମେହେର,ଚିନ୍ମୟ ମେହେର,ପରମାନନ୍ଦ ସାହା,ସୌମ୍ୟଜିତ ପାଢି ତଥା ମଣ୍ଡଳ ସଭାପତି ଉପସ୍ଥିତ ଥିଲେ । ପରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀମାନ ଗୋବର୍ଦ୍ଧନ ଭୁଏଙ୍କ ଜନ୍ମ ଦିବସ ଉପଲକ୍ଷେ କାର୍ଯ୍ୟାଳୟ ଠାରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଜନ୍ମ ଦିବସ ପାଳନ କରାଗଲା ,ଶ୍ରୀମାନ ଗୋବର୍ଦ୍ଧନ ଭୁଏ ମହୋଦୟଙ୍କୁ ସମସ୍ତ କାର୍ଯ୍ୟକର୍ତ୍ତା ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ ।




