Wednesday, November 27, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଠାକୁରଙ୍କ ପିତା ମାତା ଦାଇତ୍ବ ତୁଲାଇବା ଭାଗ୍ୟରେ ଥିଲେ ମିଲେ ।

ଠାକୁରଙ୍କ ପିତା ମାତା ଦାଇତ୍ବ ତୁଲାଇବା ଭାଗ୍ୟରେ ଥିଲେ ମିଲେ ।

ପଦ୍ମପୁର-ଦେବ ଦେବ ମହାଦେବ ଙ୍କୁ ପୁତ୍ର ରୂପରେ ପାଇ ଆମେ ଭାଗ୍ୟବାନ ଅନୁଭବ କରୁଛୁ । ପରିବାରରେ ବେଶ ଆନନ୍ଦ ଉଲ୍ଲାସ ସହିତ ବରଯାତ୍ରୀ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ପଦ୍ମପୁର ମେହେର ପଡାର ରାମେଶ୍ବର ବାବାଙ୍କ ପିତା ମାତା ଦାଇତ୍ଵ ନିଭାଉଥିବା ସେବକ ମେହେର ଓ ମାଧବୀ ମେହେର କହିଛନ୍ତି ।

ପଦ୍ମପୁର ରାମେଶ୍ୱର ମନ୍ଦିରର ଶୀତଳଷଷ୍ଠୀ କମିଟି ପାଖରେ ଆମେ କୃତଜ୍ଞ ବୋଲି ମେହେର ଦମ୍ପତ୍ତି କହିଛନ୍ତି । ସେହିପରି ଜଗତ ଜନନୀ ମାଁପାର୍ବତୀଙ୍କୁ କନ୍ୟାରୂପରେ ପାଇବା ଦୀର୍ଘ ଦିନରୁ ଆଶା ଥିଲା । କିନ୍ତୁ ଚଳିତ ବର୍ଷ ଏହି ଆଶା ପୂରଣ କରିଛନ୍ତି ମାତା ପାର୍ବତୀ । ଏ ନେଇ ଆମ ପରିବାର ବର୍ଗ ଆନନ୍ଦିତ । ରାମେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରାରେ କନ୍ୟା ପିତା ମାତାର ସୁଯୋଗ ମିଲିବା ସୌଭାଗ୍ୟର କଥା । ମାଁ ପାର୍ବତୀଙ୍କୁ କନ୍ୟା ରୂପେ ପାଇବା ଠାରୁ ବିବାହ ପାଇଁ ପ୍ରସ୍ତୁତି ଜାରି ରଖିଛୁ ।

ଆବଶ୍ୟକ ଅଳଙ୍କାର ବସ୍ତ୍ର କିଣା ସରିଛି । ଏଥିପାଇଁ ବନ୍ଧୁ ପରିଜନ ଙ୍କୁ ନିମନ୍ତ୍ରଣ ଦିଆସରିଛି ।୧୧ ତାରିଖ ରାତିରେ ବିବାହ ପାଣି ଗ୍ରହଣ ହେବା ସହିତ ୧୨ ତାରିଖରେ କନ୍ୟା ବିଦାୟ ହେବ । ୮ତାରିଖ ଘର ପାର୍ଶ୍ଵରେ କୀର୍ତ୍ତନ ବୈଠକୀର ଆୟୋଜନ କରାଯାଇଛି ବୋଲିକନ୍ୟା ପିତା ମାତା ପ୍ରଶାନ୍ତ ପଟ୍ଟନାୟକ ଓ ଶାନ୍ତି ପ୍ରିୟା ପଟ୍ଟନାୟକ କହିଛନ୍ତି ।

error: Content is protected !!