Saturday, March 7, 2026
Homeରାଜ୍ୟଟେମରିମାଲରେ ଜଳ ଯୋଗାଣ ବନ୍ଦ:ଗ୍ରାମବାସୀ ହନ୍ତସନ୍ତ ।

ଟେମରିମାଲରେ ଜଳ ଯୋଗାଣ ବନ୍ଦ:ଗ୍ରାମବାସୀ ହନ୍ତସନ୍ତ ।

ପାଇକମାଲ-ପାଇକମାଲ ବ୍ଳକ ଝାରବନ୍ଧ ପଞ୍ଚାୟତ ଟେମ୍ରିମାଲ ଗାଁରେ ପାଖାପାଖି ୧ ମାସ ହେଲାଣି ପିଇବା ଜଳ ଯୋଗାଣ ବନ୍ଦ ରହିଛି। ଯାହା ଫଳରେ ଗ୍ରାମବାସୀ ପାଣି ପାଇଁଁ ନାହଁ ନଥିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏନେଇ ଅଭିଯୋଗ ହୋଇଛି। ପୂର୍ବେ କମ ସମୟ ପାଣି ଦେଉଥିବା ବେଳେ ଏବେ ଅଧିକ ସମୟ ପାଣି ଦେବା ସହ ଶିଘ୍ର ମରାମତି କରି ଶିଘ୍ର ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି।

ଏନେଇ ଝାରବନ୍ଧ ସରପଞ୍ଚ ଟେଭାବତୀ ଭୋଇଙ୍କୁ ପଚାରିବାରୁ ପାଣି ପମ୍ପ ଖରାପ ହୋଇଥିବାରୁ ଜଳ ଯୋଗାଣ ବନ୍ଦ ରହିଛି ଏନେଇ ମୁଁ ବିଭାଗୀୟ କତୃପକ୍ଷ ଜଣାଇଛି ବୋଲି କହିଛନ୍ତି। ଏନେଇ ପାଇକମାଳ ଆରଡବ୍ଳୁଏସଏସ ଜେଇ ଦିବାକର ମୁନ୍ନାଙ୍କୁ ଯୋଗାଯୋଗ କରିବାରୁ ମୁଁ ଏଇ ବିଷୟରେ ଅବଗତ ହୋଇଛି ଦୁଇ ତିନି ଭିତରେ କାର୍ଯ୍ୟକାରୀ ହୋଇ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି।

error: Content is protected !!