ବରପାଲି – ବରପାଲି ରାଉତ ଆର୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଜାତୀୟ ଜଳରଙ୍ଗ ପ୍ରଦର୍ଶନୀ ରବିବାର ଉଦଯାପନୀ ହୋଇଯାଇଛି l ରାଉତ ଆର୍ଟ ଗ୍ୟାଲେରୀ ପରିସରରେ ଆୟୋଜିତ ସମାରୋହ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନଃ ମହାବିଦ୍ଯାଳୟ ଅଧ୍ଯକ୍ଷ ଡ଼. ରବୀନ୍ଦ୍ର ଗଡତିଆ ଓ ସମ୍ମାନିତ ଅତିଥି ଭାବେ ଯଦୁମଣି ବିଶି ଓ ବିଶିଷ୍ଟ କଳାକାର କେଦାର ନାୟକ ଯୋଗ ଦେଇଥିଲେ।
ଉଦଯାପନୀ ସଭାରେ ପ୍ରଦର୍ଶନୀରେ ଭାଗ ନେଇଥିବା ସମସ୍ତ ୩୫ ଜଣ କଳାକାର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଭାଗ ନେଇଥିବା କଳାକାର ଓଡିଶା ରାଜ୍ଯର ବରଗଡ଼,ଭଟଲି,ସମ୍ବଲପୁର,ସୋନପୁର,ବୌଦ୍ଧ, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ, ଗଞ୍ଜାମ ଜିଲ୍ଲା ସହ ପଶ୍ଚିମବଙ୍ଗ ର କଳାକାର ମାନଙ୍କ ପେଣ୍ଟିଙ୍ଗ ଗୁଡିକ ପ୍ରଦର୍ଶିତ ହୋଇଥିଲା l
ଚିତ୍ର କଳାକାର ମଧ୍ଯରେ ରମାକାନ୍ତ ତ୍ରିପାଠୀ, ବିଜେନ୍ଦ୍ର ବେହେରା ପ୍ରତ୍ୟୁଷ ପଣ୍ଡା, ଭାଗବତ ପ୍ରସାଦ ମିଶ୍ର, ଓ଼ମଂ ପ୍ରକାଶ ବେହେରା, ଆଶୁତୋଷ ବିଶ୍ୱାଳ, ପୂର୍ଣଚନ୍ଦ୍ର ମେହେର ତ୍ରିସୁକ ମହାରଣା, ଦୁର୍ଯ୍ୟୋଧନ ମେହେର, ଆନନ୍ଦିତା ମହାନ୍ତି, ସଂଯୁକ୍ତା ପଧାନ ସ୍ୱପ୍ନାରାଣୀ ଭୁଏ, ସଂସ୍କୃତିକା ପୁରୋହିତ, ଅମୃତାଂଶୁ ଏସ କୁମ୍ଭାର, ଈଶ୍ୱର କୁମାର ମହନ୍ତ , ପ୍ରିତିଶ କୁମାର ସାହୁ, ଚିତ୍ରସେନ ବିଶୋଇ ରାଜେନ୍ଦ୍ର ସାହୁ, ବିଶ୍ୱଜିତ ବିଶ୍ୱାସ ପ୍ରମୁଖଙ୍କ ସମେତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ଯରେ ଜୟଶ୍ରୀ ବେହେରା, ସିଦ୍ଧିଶ୍ରୀୟା ପଣ୍ଡା, ଭରତ ସାହୁ, କୃଷ୍ଣଚନ୍ଦ୍ର ବେହେରା, ବେଦାଂଶୀ ମହାନ୍ତି, କାବ୍ୟା ଅଗ୍ରୱାଲ, ରୋସନ ଭୁଏ, ରିତେଶ ପାଉଲେ, ସେଜଲ ଦାସ, ଲିନୁ ସାହୁ, ଅନ୍ୱିତା ସାହୁ ମାହି ଯାଦବ, ଅର୍ଣ୍ଣବ ଆଶୁତୋଷ ପ୍ରଧାନ, ଅଙ୍କିତା ଜାଲ, ଶ୍ରୀଜୀନା ପଧାନ ସ୍ୱୟଂସିଦ୍ଧି ସାହୁ ଜଳରଙ୍ଗ ଙ୍କ ପେଣ୍ଟିଙ୍ଗ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା l
ରାଉତ ଆର୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ଚିତ୍ରକର ଚନ୍ଦ୍ରଶେଖର ରାଉତ ଆୟୋଜକ କାର୍ଯ୍ଯଭାର ନିର୍ବାହ କରିଥିଲେ l ତ୍ରିସୁକ ମହାରଣା, ଓଁମ ପ୍ରକାଶ ବେହେରା, ଅମୃତାଂଶୁ ଏସ କୁମ୍ଭାର ଙ୍କୁ ଏକ୍ସଲେଣ୍ଟ ୱାଟର କଲର ପାଇଁ ଆର୍ଟିଷ୍ଟ ମାନଙ୍କୁ ୨୦୦୦ ଟଙ୍କା ଓ ଛାତ୍ର ଛାତ୍ରୀ ବିଭାଗ ରେ ସିଦ୍ଧିଶ୍ରୀୟା ପଣ୍ଡା, ଭରତସାହୁ, ଶ୍ରୀଜିନା ପଧାନ ଓ ରୋଶନ ଭୁଏଙ୍କୁ ଏକ୍ସଲେଣ୍ଟ ୱାଟର କଲର ପାଇଁ କଳାକାର ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା l