Friday, November 22, 2024
spot_imgspot_imgspot_img
Homeଅଘଟଣଟାଟା ପାୱାର ବିରୁଦ୍ଧରେ ଜନ ସଭା ସମାବେଶ।

ଟାଟା ପାୱାର ବିରୁଦ୍ଧରେ ଜନ ସଭା ସମାବେଶ।

ବରଗଡ-ବରଗଡ ବ୍ଲକ ଅନ୍ତର୍ଗତ ଅଡଗାଁ ବଜାର ପ୍ରାଙ୍ଗଣରେ ବରଗଡ଼ରୁ ଭେଡେନ ରୋଡ ଅଞ୍ଚଳ ବାସୀଙ୍କ ଦ୍ୱାରା ଏକ ଜନ ସଭା ଅନୁଷ୍ଠିତ ହୋଇଥିଲା। ଏହି ଜନ ସଭା ରେ ଟାଟା ପାୱାର ଓ ବରଗଡ଼ ରୁ ଭେଡେନ ରାସ୍ତା ରେ ହେଉଥିବା ଡକାୟତି ବିରୁଦ୍ଧ ରେ ଶହ ଶହ ଚାଷୀ ଓ ଅଞ୍ଚଳ ବାସୀ ଙ୍କ ଉପସ୍ଥିତି ରେ ଆଲୋଚନା ହୋଇଥଲା। ଉଭୟ ଟାଟା ପାୱାର ଓ ପୋଲିସ ପ୍ରଶାସନ ବିଷୟ ରେ ଦୁଇଟି ପୃଥକ ପୃଥକ ଦାବୀ ପତ୍ର ଦେବା ପାଇଁ ସ୍ଥିର ହେଇଥିଲା।

ସମସ୍ତେ ସମସ୍ତ ଙ୍କ ର ଭିନ୍ନ ଭିନ୍ନ ସମସ୍ୟା ବିଷୟ ରେ କହିଥିଲେ। ଟାଟା ପାୱାର ମନମୁଖୀ ଇଲେକ୍ଟ୍ରୀ ବିଲ ଆଦାୟ,ସ୍ମାର୍ଟ ମିଟର କୁ ବିରୋଧ,ବରଗଡ଼ ରୁ ଭେଡେନ ରାସ୍ତା ରେ ହେଉଥିବା ଡକାୟତି କୁ ରୋକିବା ପାଇଁ ପୋଲିସ ପ୍ରଶାସନ ର ଚୋବିସ ଘଣ୍ଟିଆ ପେଟ୍ରୋଲିଂ, ଏକ ନୂତନ ଥାନା ର ନିର୍ମାଣ ସକାଶେ ପ୍ରସ୍ତାବ ମାନ ଗ୍ରହଣ କରାଯାଇଥିଲା। ଏ ସବୁ ର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ସ୍ମାର୍ଟ ମିଟର କୁ ଖୋଲି ରାଜ ରାସ୍ତା କୁ ଆସି ଏକ ବଡ ଧରଣ ର ଆନ୍ଦୋଳନ ହେବ ବୋଲି ଅଞ୍ଚଳ ବାସୀ କହିଛନ୍ତି।

ଏହି ଜନ ସଭା ରେ ନିଷ୍ଠା ପରିବାର ର ଉପଦେଷ୍ଟା ତଥା ଅଡଗା ସମବାୟ ସେବା ସମିତି ର ସଭାପତି ଅଶ୍ୱିନୀ ତ୍ରିପାଠୀ, ପୁର୍ବତନ ସରପଞ୍ଚ କ୍ଷିରୋଦ୍ର ସାହୁ, ବିଶିଷ୍ଟ ଚାଷୀ ନେତା ଉତ୍ପନ୍ନ ଭୋଇ, ରାଜେଶ ମହାପାତ୍ର, ନରେନ୍ଦ୍ର ଭୋଇ, ଗାଇସିମା ସରପଞ୍ଚ ଧିରେନ ମହାପାତ୍ର, ଖଣ୍ଡହଥା ସରପଞ୍ଚ ଚିତ୍ର ସେନ ସାହୁ, ପ୍ରଫୁଲ୍ଲ ଭୋଇ ସମେତ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

error: Content is protected !!