Saturday, March 7, 2026
Homeରାଜ୍ୟଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ "ଜାତୀୟ ଗଣିତ ଦିବସ"ପାଳିତ ।

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ଜାତୀୟ ଗଣିତ ଦିବସ”ପାଳିତ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ “ଜାତୀୟ ଗଣିତ ଦିବସ” ପାଳିତ ହୋଇଯାଇଛି। ଏ ଅବସରରେ ପୂର୍ବତନ ଉପ ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ସାହୁ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ

ଓ ଶିଶୁ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀମାନ୍ ତାପସ ଭୋଇ ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ବାରା ଜାତୀୟ ଗଣିତ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

error: Content is protected !!