Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହିନ୍ଦୁ ନବ ବର୍ଷ ପାଳିତ ।

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହିନ୍ଦୁ ନବ ବର୍ଷ ପାଳିତ ।

ଅତାବିରା – ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଅଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଦୀପ ପ୍ରଜ୍ଜଳନ କରି ସମସ୍ତଙ୍କର ଶୁଭ କାମନା କରି ହିନ୍ଦୁ ନବବର୍ଷ ପାଳନ ଉଦ୍ଦେଶ୍ୟ ଜ୍ଞାପନ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ କାଳୀଚରଣ ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିନ୍ଦୁ ନବବର୍ଷ ପାଳନର ତାତ୍ପର୍ଯ୍ୟ ବର୍ଣ୍ଣନା କରି ହିନ୍ଦୁ ନବବର୍ଷଟି ସମଗ୍ର ବିଶ୍ୱବାସୀଙ୍କ ପାଇଁ ସୁଖ ସମୃଦ୍ଧିରେ ପୂର୍ଣ୍ଣ ହେଉ ବୋଲି ମଙ୍ଗଳ କାମନା କରିଥିଲେ।ଶିଶୁ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।ସୁଶ୍ରୀ ଜନନୀ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀମାନ୍ ତାପସ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।

error: Content is protected !!