ଝାରବନ୍ଧ-ମାରାଥନ ପ୍ରଚାରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ । ନିର୍ବାଚନ ମଇଦାନରେ ନବାଗତ ହୋଇଥିଲେ ମଧ୍ଯ ତାଙ୍କର କଥା ଶୈଳି, ବ୍ୟବହାର ତଥା ଗୁରୁଜନଙ୍କ ପ୍ରତି ସମ୍ମାନ ତାଙ୍କୁ ଆହୁରୀ ଲୋକ ପ୍ରିୟତା କରାଉଛି । ଦିନ ବେଲା ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସନ୍ଧ୍ୟା ସମୟରେ ନିର୍ବାଚନ ପ୍ରଚାରକୁ ଯୋରଦାର କରୁଛନ୍ତି ଟଙ୍କଧର। ପଦ୍ମପୁର ନିର୍ବାଚନ ମଣ୍ଡଳୀର ଉପାନ୍ତ ଝାରବନ୍ଧ ବ୍ଲକର ଭଣ୍ଡାରପୁରି ,କୁର୍ଲୁପାଳି,ଭଇସାଦର୍ହା ପଞ୍ଚାୟତର ବିଭିନ୍ନ ଗ୍ରାମରେ ସେ ପ୍ରଚାର କରିଛନ୍ତି । କଂଗ୍ରେସର ଯୋଜନା ତଥା ଟଙ୍କଧର ସାହୁଙ୍କ ନେତୃତ୍ବ ଉପରେ ବିଶ୍ବାସ ରଖି ଭଇସାଦର୍ହା ପଞ୍ଚାୟତର ବିଜୁ ଜନତା ଦଳ କର୍ମୀ ପ୍ରହଲ୍ଲାଦ ରାଉତଙ୍କ ସମେତ ତାଙ୍କର କୋଡ଼ିଏ ଜଣ ସମର୍ଥକ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।

