Saturday, March 7, 2026
Homeରାଜନୀତିଝାରବନ୍ଧ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ : ଦୁଇ ଗୋଟି ପଦ୍ମ ଦୁଇଗୁଣ ବିକାଶର ଗୁରୁମନ୍ତ୍ର...

ଝାରବନ୍ଧ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ : ଦୁଇ ଗୋଟି ପଦ୍ମ ଦୁଇଗୁଣ ବିକାଶର ଗୁରୁମନ୍ତ୍ର ଦେଲେ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦୁପତ୍ର ଦର ବଢାଇବା ସହ ସ୍ବତନ୍ତ୍ର ବ୍ଯବସ୍ଥା ବିଷୟରେ କହି ଭୋଟ ମାଗିଲେ ।

ଝାରବନ୍ଧ-ପଦ୍ମପୁର ଉପାନ୍ତ ଅଞ୍ଚଳ ଡୁଙ୍ଗୁରିପାଲି ଗାଁ ଠାରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଉପାନ୍ତ ଅଞ୍ଚଳର ଡୁଙ୍ଗୁରିପାଲି ଗାଁର ଲକ୍ଷ୍ମୀନାରାୟଣ ହାଇସ୍କୁଲ ପଡ଼ିଆରେ ଅନୁଷ୍ଟିତ ବିଜୟ ସଂକଳ୍ପ ସମାବେଶ ସଭାରେ ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାରକଲେ ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥି ଗୋବର୍ଦ୍ଧନ ଭୋଏ ଓ ବରଗଡ଼ ବିଜେପି ସାଂସଦ ପ୍ରାର୍ଥି ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ନିଜ ବକ୍ତବ୍ଯରେ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ ଚାଷ ପାଇଁ ପାଣି ସମସ୍ୟା , ଧାନର ସହାୟକ ମୂଲ୍ୟ, ସ୍କୁଲ ଶିକ୍ଷକ,ଦାଦନ ସମସ୍ୟା,ହସ୍ପିଟାଲ ଡାକ୍ତର ସମସ୍ୟା, କଟନୀ ଛଟନୀ ଧାନ ବିକ୍ରିରେ ଏହା ସହ ଜୁନ ୧୭ ପରେ ୩୧୦୦ ଟଙ୍କା ଧାନର ସହାୟକ ମୂଲ୍ଯ ହେବ,ଭତ୍ତା ୩୦୦୦ ଟଙ୍କା ହେବ, କେନ୍ଦୁ ପତ୍ର ବିଡା ଦୁଇ ଟଙ୍କା ହେବ ଏବଂ କେନ୍ଦୁପତ୍ର ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ ବୋଲି କହିଥିଲେ । ଦୁଇଥର ପଦ୍ମ ଦୁଇଗୁଣ ବିକାଶ ନାରା ଦେଇ ଥିଲେ, ଲୋକେ ତାଙ୍କର ବକ୍ତବ୍ଯରେ ବେଶ ପ୍ରଭାବିତ ହୋଇଥିଲେ । ଏହି ସମାବେଶରେ ଯୁବନେତା ପ୍ରିତେଶ ବହିଦାର, କୁନାଲ ପାଣିଗ୍ରାହୀ,ଅଶୋକ ମିଶ୍ର, ମଣ୍ଟୁ ପାଣ୍ଡେ,ଦିନେଶ ବାରିକ, ବିଭିନ୍ନ ମଣ୍ଡଳର ସଭାପତି ତଥା ଅନ୍ଯାନ୍ଯ ବରିଷ୍ଠ ବିଜେପି ନେତା ମାନେ ମଞ୍ଚାସୀନ ଥିଲେ ।

error: Content is protected !!