Wednesday, November 27, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଝାରବନ୍ଧ ଡିଗ୍ରୀ କଲେଜରେ ଗଙ୍ଗାଧର ଜୟନ୍ତୀ ପାଳିତ ।

ଝାରବନ୍ଧ ଡିଗ୍ରୀ କଲେଜରେ ଗଙ୍ଗାଧର ଜୟନ୍ତୀ ପାଳିତ ।

ଝାରବନ୍ଧ-ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ଝାରବନ୍ଧର ସମ୍ମିଳନୀ କକ୍ଷରେ, ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଓ ଗଙ୍ଗାଧର ସାହିତ୍ୟ ସଭା ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉକ୍ତ ଉତ୍ସବରେ ଓଡ଼ିଶାର ସୁନାମ ଧନ୍ୟ ବକ୍ତା ଡ଼ାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବରେ ଓ ପଞ୍ଚାୟତ ସମିତି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରଜନୀ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ନନ୍ଦଲାଲ ମହାପାତ୍ର, ପଞ୍ଚାୟତ ସମିତି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାନନ୍ଦ କୁମାର ସାହୁ ଓ ପଞ୍ଚାୟତ ସମିତି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଓଡ଼ିଆ ବିଭାଗ ଅଧ୍ୟାପିକା ଶ୍ରୀମତୀ ରୀତାଞ୍ଜଳି ଗୁରୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡଃ ରଶ୍ମି ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ତଥା ଘୃତ ଦୀପଦାନ ପୂର୍ବକ ଏବଂ ଛାତ୍ରୀ ମାନଙ୍କ ଦ୍ଵାରା ଗଙ୍ଗାଧର ସଙ୍ଗୀତ ଗାନ କରାଯାଇ ସଭା ଆରମ୍ଭ କରାଯାଇଥିଲା । ମୁଖ୍ୟବକ୍ତା ଡ଼ାକ୍ତର ଷଡ଼ଙ୍ଗୀ ନିଜର ଓଜସ୍ଵି ଗଙ୍ଗାଧର ସାହିତ୍ୟ ଆଲୋଚନା ପୂର୍ବକ ଆସରକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଅନ୍ୟ ଅତିଥିଗଣ ନିଜ ନିଜ ବକ୍ତବ୍ୟରେ ଗଙ୍ଗାଧରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସାହିତ୍ୟାଲୋଚନ ପରେ ଶିକ୍ଷା ବିଭାଗ ଅଧ୍ୟାପକ ଶ୍ରୀ ଡଲଫିନ ସୁନାଙ୍କ ନେତୃତ୍ୱରେ ଗଙ୍ଗାଧର ସାହିତ୍ୟ ଉପରେ ହୋଇଥିବା ପ୍ରତିଯୋଗିତା ମାନଙ୍କର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଦୀର୍ଘ ତିନି ଘଣ୍ଟାରୁ ଅଧିକ କାଳ ଚାଲିଥିବା ଏହି ସଭାକୁ ପୁଣିଥରେ ଛାତ୍ରୀ ମାନଙ୍କ ଦ୍ଵାରା ଗଙ୍ଗାଧର ସଙ୍ଗୀତ ଗାନ କରାଯାଇ ସମାପନ କରାଯାଇଥିଲା । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ସାର୍ତିକ ସାହୁ ସଭାକୁ ସଫଳକାମ କରିଥିବା ଯୋଗୁଁ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରକୃତିର ଉପାସକ ଗଙ୍ଗାଧରଙ୍କ ନାମରେ ମହାବିଦ୍ୟାଳୟରେ ଏକ “ଗଙ୍ଗାଧର ଉଦ୍ୟାନ” ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରି ସ୍ଥାପିତ କରାଯାଇଥିଲା ।

ଏହିସଭାରେ ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପିକା ସୁଶ୍ରୀ ଜାଜ୍ଞସେନି ନାୟକ, ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ନବୀନ କୁମାର ମେହେର, ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ଗଗନ ବିହାରୀ ଦଂଶନା, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଡଃ ଖ୍ୟାତିମୟ ତ୍ରିପାଠୀ, ଇତିହାସ ବିଭାଗ ଅଧ୍ୟାପିକା ସୁଶ୍ରୀ ରଶ୍ମି ମହାଲିଂ, ଅର୍ଥନୀତି ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ତାପସ ରଞ୍ଜନ ସାହୁ, ଇଂରାଜୀ ବିଭାଗ ଅଧ୍ୟାପିକା ସୁଶ୍ରୀ ମିନପ୍ରଭା ପ୍ରଧାନ, ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ବଂଶୀଧର ସେଠୀ, ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ଅଶୋକ କୁମାର ହାତୀ, ତଥ୍ୟ ପ୍ରବେଶକାରୀ କର୍ମଚାରୀ ଶ୍ରୀଯୁକ୍ତ ଅଞ୍ଜନ କୁମାର ବରିହା, କନିଷ୍ଠ କିରାଣୀ ଶ୍ରୀଯୁକ୍ତ ବଲ୍ଲଭ କୁମାର ମିର୍ଦ୍ଧା, ପୁସ୍ତକାଳୟ ପରିଚାରକ ଶ୍ରୀ ଦୁର୍ଯୋଧନ ପାଣ୍ଡେ, ବରିଷ୍ଠ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀଯୁକ୍ତ ପ୍ରକାଶ ପ୍ରଧାନ ଓ ଶ୍ରୀମତୀ ରୁକ୍ମଣୀ ସାହୁ ତଥା ଅନେକ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।

error: Content is protected !!