
ଝାରବନ୍ଧ– ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଝାରବନ୍ଧ ବନଦୁର୍ଗା ମନ୍ଦିର ପରିସରରେ ଡା.ମୋହନ ପ୍ରସାଦ ନାୟକଙ୍କ ସଭାପତିତ୍ବରେ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବସମ୍ମତିକ୍ରମେ ଭାରତୀୟ ଜନତା ପାର୍ଟିର ଝାରବନ୍ଧ ଯୁବମୋର୍ଚ୍ଚା ସଭାପତି ଭାବେ ସତ୍ୟ ଭୂଷଣ ସାହୁ ନିର୍ଦ୍ବନ୍ଦ୍ବରେ ମନୋନୀତ ହୋଇଛନ୍ତି। ସେହିପରି ମହିଳା ମୋର୍ଚ୍ଚାରୁ ସୁଜାତା ରାଣୀ ବାଗ,କୃଷକ ମୋର୍ଚ୍ଚାରୁ ଧନୁର୍ଜୟ ସାହୁ,ହରିଜନ ମୋର୍ଚ୍ଚାରୁ ଗୈାତମ ଅଜଗର, ଆଦିବାସୀ ମୋର୍ଚ୍ଚାରୁ ସାହାନୁ ନାଏକ,ଓବିସି ମୋର୍ଚ୍ଚାରୁ କମଲ ରାଉତ ଏବଂ ସଂଖ୍ୟା ଲଘୁ ମୋର୍ଚ୍ଚାରୁ ରେଣୁକା ରାଣୀ ନନ୍ଦ ସଭାପତି ରୁପେ ମନୋନୀତ ହୋଇଛନ୍ତି। ଏହି ବୈଠକରେ ଭାଜପା ମଣ୍ଡଳ ସଭାପତି ତଥା ଛୋଟ ଅନକୀ ଗ୍ରା.ପ.ର ସମିତି ସଭ୍ୟ ସତ୍ୟମ ପ୍ରଧାନ, ବରଗଡ଼ ସାଂସଦ ପ୍ରତିନିଧି ହରିହର ସାହୁ, ଜଗଦଲପୁର ମଣ୍ଡଳର ପୂର୍ବତନ ସଭାପତି ହରେକୃଷ୍ଣ ପଟେଲ, ବିନୋଦ ବିହାରୀ ବାଗ, ସାମନ୍ତ ଶେଖର ମୁନ୍ନା,ଦୁତିଆ ଭୋଇ,ସତ୍ଯାନନ୍ଦ ପ୍ରଧାନ, କିଶୋର କୁମ୍ଭାର,ମନୋରଞ୍ଜନ ବିଶ୍ବାଲ,ସୁବାଷ ଗଡତିଆ, ଗମ୍ଭୀର ବାଗ,ପିତାମ୍ବର ନାଏକ, ମୋହିତ ତାଣ୍ଡି,ଶରତ ଚନ୍ଦ୍ର ଥପା,ଫୁଲବାବୁ କୁମ୍ଭାର ସହିତ ବହୁ ସଂଖ୍ୟାରେ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।



