Thursday, December 26, 2024
spot_imgspot_imgspot_img
Homeରାଜ୍ୟଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି l

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି l

ଝାରବନ୍ଧ(ବାସନ୍ତୀ ବାଗ)-ଝାରବନ୍ଧ ବ୍ଲକ ସଭାଗୃହ ପରିସରରେ ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସାହାୟୀ ମିନା, ପି. ଡି. ଲଲାଟ କୁମାର ଲୁହା, ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ କୌର ଯୋଗଦେଇ ଥିବା ବେଳେ ଝାରବନ୍ଧ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ଝାରବନ୍ଧ ତହସିଲଦାର ପ୍ରତାପ ଚନ୍ଦ୍ର ପୁଝାରୀ ପ୍ରମୁଖ ଅଭିଯୋଗ ଶୁଣାଣିରେ ସାମିଲ ଥିଲେ ।

ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ କୁମୀର ଗ୍ରାମର ଶତାଧିକ ଲୋକଙ୍କ ନାମ ରାସନ କାର୍ଡରେ ସଂଯୋଗ ହେଇ ନ ଥିବା, କୁମୀର ଏବଂ ଡଭା ଗ୍ରାମର ପାନୀୟ ଜଳ ଯୋଗାଣ ସମସ୍ୟା, ବୀର ସୁରେନ୍ଦ୍ର ସାଏ କୃଷକ ମହାସଂଘ ସଭାଗୃହର ବିଲ ନ ହେବା, ଲୌଡିଦର୍ହା, ନୀଳଜୀପତ୍ରାରେ ନେଟୱାର୍କ ସମସ୍ୟା, ଅମଠି ଏବଂ ଲୌଡିଦର୍ହାରେ ଖେଳ ସାମଗ୍ରୀ ବଣ୍ଟନ ସମସ୍ୟା, ଅମଠି ହାଇସ୍କୁଲର ଖେଳ ପଡିଆ ସମସ୍ୟା, ଝାରବନ୍ଧ ଗ୍ରାମପଞ୍ଚାୟତର ଶକ୍ତି, ଶାଖାଡୁଙ୍ଗୁରି ଓ ଲେରଗାଁ ଛକରୁ ଝାରବନ୍ଧ ପର୍ଯ୍ୟନ୍ତ ମାଟି ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ, ତୁର୍ଲା ରୁ ପ୍ରତାପପୁର ଏବଂ ପ୍ରତାପପୁର ରୁ ଝାରବନ୍ଧ ମାଟି ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ,

ଭୂମିହୀନ ଅନୁସୂଚିତ ଜାତି ବର୍ଗର ପରିବାରକୁ ଘରଡିହ ପ୍ରଦାନ, ଚୟନ ହୋଇଥିବା ଯୋଗ୍ୟ କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ ରେ ବିଳମ୍ବ, ଆବାସ ଗୃହ, ରାସନ କାର୍ଡ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା,ସୁଭଦ୍ରା ଯୋଜନା ସହାୟତା, ଭତ୍ତା ଆଦି ବିଷୟରେ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ସର୍ବମୋଟ ୯୯ ଗୋଟି ଅଭିଯୋଗ ରୁ ୨୯ ଗୋଟି ଗୋଷ୍ଠୀଗତ ଏବଂ ୭୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ହୋଇଛି । ସମାଧାନ ପାଇଁ ଜିଲ୍ଲାପାଳ ବିଭଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚିକିତ୍ସା ପାଇଁ ଶଶୀରେଖା ଭୋଇଙ୍କୁ ରେଡ଼କ୍ରସ ପାଣ୍ଠିରୁ କୋଡିଏ ହଜାର ଟଙ୍କା ପ୍ରଦାନ କରାଯାଇଛି ।

error: Content is protected !!