Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଝାଏଁରେ କଲାପଟା ସାହିତ୍ୟ ସଂସଦର ବାର୍ଷିକତ୍ସବ ପ୍ରସ୍ତୁତି ବୈଠକ।

ଝାଏଁରେ କଲାପଟା ସାହିତ୍ୟ ସଂସଦର ବାର୍ଷିକତ୍ସବ ପ୍ରସ୍ତୁତି ବୈଠକ।

ବରପାଲି-ବରପାଲି ବ୍ଲକ ବନ୍ଧପାଲି ଝାଁଏରେ କଲାପଟା ସାହିତ୍ୟର ବାର୍ଷିକଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭରତ ମେହେର ଙ୍କର ତତ୍ବାଧାନରେ ସପ୍ତମ ବାର୍ଷିକ ମହୋତ୍ସବର ପ୍ରସ୍ତୁତି ସମ୍ପର୍କିତ ଆଲୋଚନା ହୋଇଥିଲା। ଆସନ୍ତା ୨୨ତାରିଖ ଗୁରୁବାର ସନ୍ଧ୍ୟା ସମୟରେ ଅନୁଷ୍ଠିତ ହେବା ପାଇଁ ଧାର୍ଯ୍ଯ କରାଯାଇଥିଲା। ଝାଏଁରେ କଲାପଟା ସାହିତ୍ୟ କୁଟୁମର ସଦସ୍ୟ ମାନଙ୍କ ଉପସ୍ଥିତିରେ କଲାପଟା ପୁଜନ ଓ ମଞ୍ଚ ପୁଜନ ପରେ ସମ୍ମାନିତ ପର୍ବ ଆରମ୍ଭ ହେବ।

ପରେ ହାସ୍ୟ/ବ୍ୟଙ୍ଗ କବି ସମ୍ମିଳନୀ ଆସର ସହିତ ସମଲ୍‌ପୁରି ନାଚଗିତର ଆୟୋଜନ କରାଯିବ ବୋଲି ସଂପାଦକ ଭରତ ନାଏକ ସୂଚନା ଦେଇଥିଲେ। ବୈଠକରେ ସମ୍ପାଦକ ଭରତ ନାଏକଙ୍କ ସମେତ କୋଷାଧ୍ୟକ୍ଷ ଉମାକାନ୍ତ ସାହୁ,ମୋତିରାମ୍ ମେହେର, ଭାଗିରଥି ବିଭାର୍ ,ହରି ମେହେର୍, ଲଲିତ ମେହେର, ରୋହିତ ସାହୁ, ପ୍ରଦିପ ମେହେର,ଚିନୁ ଚେଟି,ଯୋଗେଶ ବର୍ଗାଏ,,ପ୍ରଦିପ ରାଉତ୍, ଅଶ୍ଵିନୀ ସେଠ୍,ମୁକେଶ ଦାଶ, ଅନନ୍ତ ମହାପାତ୍ର, ବୈଦ୍ୟନାଥ ସାହୁ, ବାଳକୃଷ୍ଣ ମେହେର, କ୍ଷିରସିନ୍ଧୁ ଭୋଇ,,କ୍ଷିର ସେଠ୍ ,ଓମ୍‌‌ପ୍ରକାଶ ମେହେର୍‌ ପ୍ରମୁଖ ଉପସ୍ଥିତ ରହିଥିଲେ।

error: Content is protected !!