
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ସ୍ଥିତ ଜ୍ଞାନ ଭାରତୀ ଗୁରୁକୁଳ ଠାରେ ତୃତୀୟ ବାର୍ଷିକ ଉତ୍ସବ ଆକର୍ଷିକା ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିନ୍ଦୁ ଜାଗରଣ ମଞ୍ଚ ପ୍ରାନ୍ତ ସଦସ୍ୟ ପ୍ରଦୀପ କୁମାର ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟ ଡକ୍ଟର ବାଞ୍ଛାନିଧି ପଣ୍ଡା, ସମ୍ମାନିତ ଅତିଥି ଭାବେ ବଜରଙ୍ଗ ଦଳ ଆବାହକ ସୁରେଶ କୁମାର ରାମଚନ୍ଦାନି ,ଅବସର ଶିକ୍ଷକ ରାଜକିଶୋର ପଟେଲ, ବିଶେଶ୍ୱର ପଟେଲ, ସମାଜସେବୀ ଗୁଣମଣୀ ପଟେଲ ଯୋଗଦାନ କରିଥିଲେ । ଜ୍ଞାନ ଭାରତୀ ଗୁରୁକୁଳ ସଭାପତି ହେମସାଗର ପଟେଲ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ଅତିଥି ପରିଚୟ ଏବଂ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ।

ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନୋ ପୁରସ୍କୃତ କରିଥିଲେ । ସଭା ପରେ ଜ୍ଞାନ ଭାରତୀ ଗୁରୁକୁଳ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂଜା ରାଉତିଆ ଗୁରୁମାଙ୍କ ନିର୍ଦ୍ଧେଶିତ ଦ୍ରୌପଦୀ ନାଟକ ମଞ୍ଚସ୍ଥ କରାହୋଇଥିଲା । ଶେଷରେ ଗୁରୁକୁଳର ପ୍ରଧାନ ଶିକ୍ଷକ ସାଧୁ ଚରଣ ବରିହା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଭାରତୀ ସରାଫ, ରଶ୍ମିତା ଦାଶ,ଯଂଜ୍ଞସେନୀ ବେରିହା,ମନୋହର ସାହୁ,ଦୀପାଞ୍ଜଳି ଲୁହାର,ଯଶୋଦା ବାଗ,ଅନୁପମା ପ୍ରଧାନ, କ୍ରିଷ୍ଣ ପଟେଲ,ରୁକୁଣି ପୋଡ଼, ଅମୁଲ୍ୟ ପଟେଲ,ତରଣୀସେନ ମହାପାତ୍ର, କୌଶଳ ପ୍ରଧାନ ଏବଂ ସମସ୍ତ ଅଭିଭାବକ ପ୍ରମୁଖ ସହଯୋଗ କରିଥିଲେ ।



