Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜେ.ଡି.ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ।

ଜେ.ଡି.ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ।

ବରପାଲି – ବରପାଲି ଜଗବନ୍ଧୁ ଦାସ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟ କଦଳିପାଲିରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଅଧ୍ଯକ୍ଷ ପ୍ରଦିପ କୁମାର ମେହେରଙ୍କ ମୂଖ୍ଯଅତିଥି ଭାବରେ କାର୍ଯ୍ଯକ୍ରମର ଉଦଘାଟନ କରିଥିଲେ। ଯୁବ ରେଡକ୍ରସ୍‌ ଅଧିକାରୀ ଅଧ୍ୟାପିକା ମିନତି ବାବୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉତ୍ସବକୁ ଖେଳ ଶିକ୍ଷୟିତ୍ରୀ ସୁଶ୍ରୀ ବନ୍ଦିତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଅଧ୍ଯାପକ ସୁଧାଶୁଂ ଦାଶ,ଅର୍ନ୍ତଯାମୀ ପଣ୍ତା,ସୁରେଶ ବାରିକ,ନିବେଦିତା ବେହେରା, ସୁନୀଳ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଅତିଥି ମାନେ ଛାତ୍ରି ମାନଙ୍କ ମନୋବଳକୁ ଉତ୍ସାହ ପ୍ରଦାନ ମାଧ୍ଯମରେ ବୃକ୍ଷ ରୋପଣର ବିଶେଷତା, ପରିବେଶରୁ ଉତ୍ପର୍ଣ୍ଣ ସୁଦ୍ଧ ଅମ୍ଳଜାନ, ବୃକ୍ଷର ମହତ୍ଵ ସମ୍ବନ୍ଧରେ ବୁଝାଇଥିଲେ। ପରିଶେଷରେ ହିନ୍ଦୀ ଅଧ୍ୟାପକ ରବିନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ଯାଳୟ ସମ୍ମୁଖ ୨୬ ନମ୍ବର ଯାତିୟ ରାଜପଥ କଡରେ ଚାରା ମାନ ରୋପଣ କରାଯାଇଥିଲା। କାର୍ଯ୍ଯକ୍ରମରେ ଶିକ୍ଷକ,ଶିକ୍ଷୟତ୍ରୀ ଏବଂ କର୍ମଚାରୀ ନିରଜ ସାହୁ, ସୁରେନ୍ଦ୍ର ଦୀପ, ପ୍ରଦୀପ ମିଶ୍ର, ଆନନ୍ଦ ବେହେରା ପ୍ରମୁଖ ଛାତ୍ରୀମାନଙ୍କ ସମେତ ବୃକ୍ଷ ରୋପଣ ପର୍ବରେ ସହାୟତା କରିଥିଲେ।

error: Content is protected !!