ପଦ୍ମପୁର-ପଦ୍ମପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ ଲାୟନ୍ସ ଗୁରୁକୁଳର କନିଷ୍ଠ ବିଭାଗ ଲିଓ କ୍ୟାମ୍ପସରେ ତିନିଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ଜୁନ ତା ୧୨ ରୁ ୧୪ ରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଛତିଶଗଡ଼ ବସନା ପ୍ରତିଭା ବିଦ୍ୟାଳୟର ଅଧ୍ୟକ୍ଷା ମେହରୁନ୍ ନିଶା ଇଂରାଜୀ କଥୋପକଥନର ସାଧାରଣ ନିୟମ ଓ ବ୍ୟବହାର ଉପରେ ତାଲିମ ଦେଇଥିଲେ।ଦ୍ଵିତୀୟ ଦିନରେ ଏଡୁକେଆର ଏକାଡେମୀର ନିର୍ଦେଶକ,ସିବିଏସଇ ଅନୁମୋଦିତ ପ୍ରଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ମହାନ୍ତି ଅନୁଭବାତ୍ମକ ଶିକ୍ଷା ଓ କଳା ଏକୀକୃତ ଶିକ୍ଷା ଉପରେ ତାଲିମ ଦେଇଥିଲେ।

ତୃତୀୟ ଦିନରେ ଦୟାନନ୍ଦ ଗ୍ରୁପ ସମ୍ବଲପୁରର ସଭାପତି,ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜ ସେବୀ ଶ୍ରୀ ଈଶ୍ୱର ପାଣିଗ୍ରାହୀ ପୁନର୍ବଳନ ଓ ପ୍ରଶ୍ନ କୌଶଳ ଉପରେ ତାଲିମ ଦେଇଥିବା ବେଳେ ସେହି ଗ୍ରୁପର ନିର୍ଦେଶିକା ଶ୍ରୀମତୀ ସଂଯୁକ୍ତା ତ୍ରିପାଠୀ ଗତିବିଧି ଆଧାରିତ ଶିକ୍ଷଣ ତଥା ଆଧାରଭୂତ ଶିକ୍ଷଣ ଏବଂ ଖେଳ ଆଧାରିତ ଶିକ୍ଷା ଉପରେ ତାଲିମ ଦେଇଥିଲେ। ସମ୍ବଲପୁରର ବିଶିଷ୍ଟ କଳାକାର ,କଳା ଓ କଳାକାର ସଂଘର କାର୍ଯନିର୍ବାହୀ ସଦସ୍ୟ, ତଡିତ୍ ମନ୍ତ୍ରଶ୍ୱାସ ଯୋଗାଳୟର ସକ୍ରିୟ ସଦସ୍ୟ ,

ବିକାଶ କନସେପ୍ଟ ବିଦ୍ୟାଳୟର ବରିଷ୍ଠ କଳା ଶିକ୍ଷକ ପବିତ୍ର ବରିହା କଳା ସଂଯୋଜିତ ଶିକ୍ଷା ଉପରେ ତାଲିମ ଦେଇଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ଡ଼.ମନୋଜ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିକ୍ଷକ ସନ୍ତୋଷ ବେହେରା କାର୍ଯକ୍ରମକୁ ସଂଯୋଜନା କରିଥିବା ବେଳେକାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ।ଉଦଯାପନୀ ଉତ୍ସବରେ ଶ୍ରୀମତୀ ଦିପ୍ତିମୟୀ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।


