Saturday, March 7, 2026
Homeରାଜ୍ୟଜେନିଥ ଲାୟନ୍ସ ଗୁରୁକୁଳରେ ରେଡ଼କ୍ରସ ସ୍ବେଚ୍ଛାସେବୀ ଶିବିର ।

ଜେନିଥ ଲାୟନ୍ସ ଗୁରୁକୁଳରେ ରେଡ଼କ୍ରସ ସ୍ବେଚ୍ଛାସେବୀ ଶିବିର ।

ପଦ୍ମପୁର – ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳରେ ଜୁନିଅର ରେଡ଼କ୍ରସ ୟୁନିଟ ପ୍ରଥମ କରି ଗଠନ କରାଗଲା । ଅଧ୍ୟକ୍ଷ ଡ: ମନୋଜ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ସଭାରେ ଏମ. ଡି. ଜାବେଦ ସାର ମୁଖ୍ୟଅତିଥି ଭାବେ ଯୋଗଦେଇ ଜୁନିଅର ରେଡ଼କ୍ରସ ସ୍ବେଚ୍ଛାସେବୀ ମାନଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିଥିଲେ l

ଏହି ଅବସରରେ ସମାଜସେବୀ ଶ୍ରୀଯୁକ୍ତ ଚୁଳସୁନ୍ଦର ମେହେର, ସୋନପୁର ଜୁନିୟର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ବରଗଡ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଫିସର ହେମନ୍ତ କୁମାର ସାମଲ, ରାଜ୍ୟ ସ୍ତରୀୟ ସାଧନ କର୍ମୀ ରାମ ନାରାୟଣ ଦାଶ, ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ବନମାଳୀ ମେହେର ଓ ରୁଦ୍ରାନନ୍ଦ ବାରିକ ଯୋଗଦେଇ ପ୍ରାଥମିକ ଚିକିତ୍ସା ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋଷ୍ଟେସନ ମାଧ୍ୟମରେ ରିକୋଭରି ପୋଜିସନ, ସକ୍ ,ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ , ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ।

ବିଜ୍ଞାନ ସମ୍ମତ ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ। ଏହି ଅବସରରେ ଛତ୍ରଛାତ୍ରୀମାନଙ୍କୁ ୧୧୨ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସତ୍ୟସିନୀ ବାରିକ ଉପସ୍ଥିତ ଥିଲେ । ପରିଶେଷରେ ଉପାଧ୍ୟକ୍ଷ ଡ: ଡିଲେଶ୍ଵର ସାହୁ ସମାଜରେ ରେଡ଼କ୍ରସର ସ୍ବେଚ୍ଛାସେବୀ ମାନଙ୍କ ଆବଶ୍ୟକତା ବିଷୟରେ ବର୍ଣ୍ଣନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

error: Content is protected !!