Monday, April 21, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜେନିଥ ଲାୟଂଶ ଗୁରୁକୁଳ ରେ 'ହିନ୍ଦୀ ଦିବସ' ପାଳିତ ।

ଜେନିଥ ଲାୟଂଶ ଗୁରୁକୁଳ ରେ ‘ହିନ୍ଦୀ ଦିବସ’ ପାଳିତ ।

ପଦ୍ମପୁର-ପଦ୍ମପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ ଲାୟଂଶ ଗୁରୁକୁଳ ରେ ‘ହିନ୍ଦୀ ଦିବସ’ ପାଳିତ ହୋଇଯାଇଛି । ‘ହିନ୍ଦୀ ଦିବସ’ ଉପଲକ୍ଷେ ଆୟୋଜିତ ସଭାରେ ଶିକ୍ଷକ ଆଶିଷ କୁମାର ପୃଷ୍ଟି ହିନ୍ଦୀ ଦିବସ ପାଳନ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡା ହିନ୍ଦୀ ଭାଷାର ବ୍ୟବହାର ର ଉପାଦେୟତା ବର୍ଣ୍ଣନା କରିବା ସହିତ ଭାରତୀୟ ସ୍ଵାଧିନତା ଆନ୍ଦୋଳନରେ ହିନ୍ଦୀ ଭାଷାର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ।ଏବଂ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ହିନ୍ଦୀ କବିତା ଆବୃତ୍ତି କରିବା ସହିତ ହିନ୍ଦୀ ସାହିତ୍ୟର ସୁନାମଧନ୍ୟ ସାହିତ୍ୟିକ ମାନଙ୍କର ଜୀବନୀ ଓ ସାହିତ୍ୟ କ୍ଷେତ୍ରରେ ସେମାନଙ୍କର ଅବଦାନ ସମ୍ପର୍କରେ ବକ୍ତୃତା ପ୍ରଦାନ କରିଥିଲେ । ସଭାକୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ବେହେରା । ପରିଶେଷରେ ଶିକ୍ଷକ ଜୀବନ ଜ୍ୟୋତି ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।ଶିକ୍ଷୟିତ୍ରୀ ଅର୍ଚ୍ଚନା ନାଏକ ଓ ମୋଲିନା ନନ୍ଦ କାର୍ଯ୍ୟକ୍ରମର ଆୟୋଜନରେ ସହଯୋଗ କରିଥିଲେ ।

error: Content is protected !!