Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜେନିଥ ଲାୟଂଶ ଗୁରୁକୁଳରେ ଗଙ୍ଗାଧର ମେହେର ଜୟନ୍ତୀ ମହାସମାରୋହରେ ପାଳିତ ।

ଜେନିଥ ଲାୟଂଶ ଗୁରୁକୁଳରେ ଗଙ୍ଗାଧର ମେହେର ଜୟନ୍ତୀ ମହାସମାରୋହରେ ପାଳିତ ।

ପଦ୍ମପୁର-ପଦ୍ମପୁରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଜେନିଥ ଲାୟଂସ ଗୁରୁକୁଳ ରେ ଆଜି ଗଙ୍ଗାଧର ମେହେରଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି।ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ତଥା ବକ୍ତା ଭାବରେ ବୁଦ୍ଧଦେବ ମେହେର ମହାବିଦ୍ୟାଳୟ ଦହିତା ର ଇଂରାଜୀ ଅଧ୍ୟାପକ,ବିଶିଷ୍ଟ ସ୍ତମ୍ଭକାର,ବାଗ୍ମୀ,ସୁଲେଖକ ଓ ସମାଜ ସେବୀ ସୁଶାନ୍ତ କୁମାର ମିଶ୍ର ଯୋଗଦାନ କରିଥିଲେ।ସେ ପ୍ରାଞ୍ଜଳ ଭାବରେ ଗଙ୍ଗାଧର ସାହିତ୍ୟ ଉପରେ ଆଲୋକପାତ କରିଥିଲେ।ଏଇ ମାଟି ଯୋଗଜନ୍ମା କବି ମାନଙ୍କର ମାଟି ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ ଅତି ସରଳ ଏବଂ ସାବଲୀଳ ଭାଷାରେ ଛାତ୍ରଛାତ୍ରୀ ଙ୍କ ମନକୁ ଛୁଇଁଲା ପରି ଭାଷା ରେ ଗଙ୍ଗାଧର ଙ୍କ ଗୁଣଗାନ କରିଥିଲେ।ଗଙ୍ଗାଧରଙ୍କ ସାହିତ୍ୟ ରେ ଜାତୀୟ ତାବାଦ ସହିତ ଗ୍ରାମ୍ୟ ଛିଟା କେମିତି ପଡ଼ିଛି ତାହା ଆଲୋଚନା କରିଥିଲେ।ଛାତ୍ରଛାତ୍ରୀ ଙ୍କ ଅଭିଭାଷଣ ଅତ୍ୟନ୍ତ ମୁଗ୍ଧକର ଥିଲା।

ଅଧ୍ୟକ୍ଷ ତାଙ୍କର ଅଭିଭାଷଣ ରେ ସ୍ବଭାବ କବି ଗଙ୍ଗାଧର ସମସ୍ତ ଭାଷାର କବି ମାନଙ୍କଠୁ ଅତି ଉଚ୍ଚ ରେ ବୋଲି କହିଥିଲେ।ତାଙ୍କ ସାହିତ୍ୟରେ ଭାଷାର ଗମ୍ଭର୍ଯ୍ୟତା,ଉଚ୍ଚାଙ୍ଗ ପ୍ରଯୋଗ,ସାବଲୀଳତା,ଲାଲିତ୍ୟ,ଶବ୍ଦ ସଂଯୋଜନା,ଦିବ୍ୟ ଚେତନା, ଦୂରଦର୍ଶୀତା,ଆଧ୍ୟାତ୍ମିକତା,ଭାବର ନିଷ୍କପଟତା,ଆବେଗତା,ଉଦ୍ଦୀପନା ଉଦ୍ରେକ କାରୀ ବୋଲି ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଗଙ୍ଗାଧରଙ୍କ ସାହିତ୍ୟରେ ସତ୍ୟ ଶିବ ସୁନ୍ଦର ର ଅପୂର୍ବ ସଂଯୋଗ ଓ ସମନ୍ବୟ କଥା କହିଥିଲେ।କାର୍ଯକ୍ରମ କୁ ଶିକ୍ଷକ ସନ୍ତୋଷ ବେହେରା ସଂଯୋଜନା କରିଥିଲେ।ବିଦ୍ୟାଳୟ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୋଚାରି ଧନ୍ୟବାଦ୍ ଅର୍ପଣ କରିଥିଲେ।ସଭାରେ ସମସ୍ତ ଶିକ୍ଷକ,କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

error: Content is protected !!