ପଦ୍ମପୁର-ପଦ୍ମପୁର ଜେନିଥ୍ ଲାୟନ୍ସ ଗୁରୁକୂଳ ଶିକ୍ଷାନୁଷ୍ଠାନର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ କର୍ମଚାରୀ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଶିବିରକୁ ମୁଖ୍ୟ ଅତିଥି ଭାବରେ ପଦ୍ମପୁରର ବରିଷ୍ଠ ଡାକ୍ତର ଯଦୁମଣି ସାହୁ ,ସମ୍ମାନିତ ଅତିଥି ଭାବେ ଡାକ୍ତର ସୁମିତ ମିଶ୍ର, ସାମାଜିକ କର୍ମୀ ନିରୋଜ ଦୋରା ପ୍ରମୁଖ ଯୋଗ ଦେଇ ଉଦ୍ଘାଟନ କରିଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା, ସନ୍ତୋଷ କୁମାର ବେହେରା ,ପରିଚାଲନା କମିଟିର ପ୍ରତାପ ମିଶ୍ର, ଶୁସାନ୍ତ ରଥଙ୍କ ଦ୍ୱାରା ପରିଚାଳିତ ଏହି ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।
ପଦ୍ମପୁର ଉପଖଣ୍ଡ ରକ୍ତ ଭଣ୍ଡାରର ସଂଗ୍ରାମ କେଶରୀ ମହନ୍ତ,ଦୀପକ ସାହୁ,ଜିତେନ୍ଦ୍ରିୟ ଗୁର୍ଲା,ଶ୍ୟାମସୁନ୍ଦର ସାହୁ,ପପୁ ମାଝୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।