Saturday, March 7, 2026
Homeରାଜ୍ୟଜେନିଥ୍ ଲାୟନସ୍ ଗୁରୁକୁଳରେ ଛାତ୍ର ଶୃଙ୍ଖଳ ନିର୍ମାଣ ସମାରୋହ ଅନୁଷ୍ଠିତ l

ଜେନିଥ୍ ଲାୟନସ୍ ଗୁରୁକୁଳରେ ଛାତ୍ର ଶୃଙ୍ଖଳ ନିର୍ମାଣ ସମାରୋହ ଅନୁଷ୍ଠିତ l

ପଦ୍ମପୁର-ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ ଲାୟନସ୍ ଗୁରୁକୁଳ ରେ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ଛାତ୍ର ଶୃଙ୍ଖଳ ନିର୍ମାଣ ସମାରୋହ ବା ହାଉସ୍ ଇନଭେଷ୍ଟିଚର୍ ସେରିମୋନି ଆୟୋଜିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ଏନ.ସି.ସି ଅଧିକାରୀ କ୍ୟାପଟେନ ଜୟକୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ଉପ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରଥ, ସମ୍ପାଦକ ଶ୍ରୀଯୁକ୍ତ ପବନ ଅଗ୍ରୱାଲ ଏବଂ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମହମ୍ମଦ ଜାୱେଦ ପ୍ରମୁଖ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀ ଭୋଇ ତାଙ୍କ ବକ୍ତବ୍ୟରେ ଛାତ୍ର ଶୃଙ୍ଖଳ ବିଷୟରେ ଆଲୋକ ପାତ କରିଥିଲେ ଓ ପ୍ରତ୍ୟେକ ହାଉସ୍‌ ଯଥା – ଗାନ୍ଧି, ନେହେରୁ, ସୁବାସ ଓ ତିଳକର ନାମର ଗୁରୁତ୍ୱକୁ ବ୍ୟାଖ୍ୟା କରିଥିଲେ । ନିର୍ବାଚିତ ଛାତ୍ରଛାତ୍ରୀଙ୍କୁ ନୂତନ ଭୂମିକାରେ ସମର୍ପଣ ଓ ପରିଶ୍ରମ ସହିତ କାମ କରିବାକୁ ଆହ୍ବାନ ଦେଇଥିଲେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ଼. ମନୋଜ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ ନେତୃତ୍ୱର ଦାୟିତ୍ୱ, ସତ୍ୟନିଷ୍ଠା ଓ ସହଯୋଗିତାର ଗୁରୁତ୍ୱକୁ ବ୍ୟାଖ୍ୟା କରି ହାଉସ୍ କ୍ୟାବିନେଟ୍‌ର ଆବଶ୍ୟକତା ବିଷୟରେ ଉଲ୍ଲେଖ କରିଥିଲେ ।

ପରେ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଡ଼. ପଣ୍ଡା ନୂତନ ଭାବେ ନିର୍ବାଚିତ ହୋଇଥିବା ହେଡ୍ ବୟ ମାଷ୍ଟର୍ ଶ୍ରେୟାଂଶ ଦାସ‌ ଓ ହେଡ୍ ଗାର୍ଲ୍ ସାମ୍ଭଵୀ ରଞ୍ଜନ ମେହେର‌ ତଥା ନୂତନ ନିର୍ବାଚିତ ହାଉସ୍ କ୍ୟାବିନେଟ୍ ର ସମସ୍ତ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ । ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ବେହେରା ଓ ସତୀଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୋଚିଆରି ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!