Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଜେଡି ମହିଳା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ ଭାରତ ସ୍ବଚ୍ଛତା ଅଭିଯାନ ।

ଜେଡି ମହିଳା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ ଭାରତ ସ୍ବଚ୍ଛତା ଅଭିଯାନ ।

ବରପାଲି-ବରପାଲି ବ୍ଲକ କଦଲିପାଲି ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ପରିସରରେ ଭାରତ ସ୍ବଚ୍ଛତା ଅଭିଯାନ କାର୍ଯ୍ଯକ୍ରମ ହୋଇଯାଇଛି। ଶନିବାର ଅଧ୍ଯକ୍ଷ ପ୍ରଦିପ କୁମାର ମେହେରଙ୍କ ନେତୃତ୍ୱରେ ଯୁବ ରେଡକ୍ରସ ପକ୍ଷରୁ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପରିସରର ସଫେଇ ସହ ଅନାବନା ବୃକ୍ଷ,ବଣୁଆ ଗୁଳ୍ମକୁ ଉପାଡି ସଫା କରାଯାଇଥିଲା।

ପରେ ଏକ ସଚେତନତା ସଭା ମାଧ୍ଯମରେ ଅତିଥି ମାନେ ସ୍ବଚ୍ଛତାକୁ ଆପାଣାଇବା ସହ ନିଜ ଆଖପାଖ ଅଞ୍ଚଳକୁ ସ୍ବଚ୍ଛତା ଓ ପରିବେଷର ସୁସ୍ଥତା ପାଇଁ ସଚେତନତା ସୃଷ୍ଚି କରିବାକୁ ପ୍ରବର୍ତ୍ତାଇଥିଲେ। କ୍ରିଡା ଶିକ୍ଷୟତ୍ରୀ ବନ୍ଦିତା ପଧାନ ଧନ୍ଯବାଦ ଅର୍ପଣ କରିଥିବା ବେଳେ ଅଧ୍ଯାପକ ରବିନ୍ଦ୍ର ସାହୁ,ସୁରେଶ ବାରିକ,ଆନନ୍ଦ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

error: Content is protected !!