Saturday, March 7, 2026
Homeଖେଳଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ୨୦୨୫ ଉଦଯାପିତ।

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ୨୦୨୫ ଉଦଯାପିତ।

ପଦ୍ମପୁର – ରାଜବୋଡ଼ାସମ୍ବର ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟସମୂହ କବାଡି ପ୍ରତିଯୋଗିତା ୨୦୨୫ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ସଭାରେ ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇ,ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାଲମ୍ବ ପ୍ରସାଦ ପଟେଲ, ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପହଣ୍ଡି ବିଜୟ ମେହେର , ପାଇକମାଲ ବ୍ଲକ ଶିକ୍ଷାଅଧିକାରୀ ଅଦନ ସୁନା,ଜିଲ୍ଲା ଶାରୀରିକ ଶିକ୍ଷାଅଧିକାରୀ ଜ୍ୟୋତିଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଶ୍ରୀ ଗଣେଶ ଓ ମାଁ ସରସ୍ଵତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବାକୁ ଥିବା ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଖେଳ ଓ ଶାରୀରିକ ଶିକ୍ଷା ବିଦ୍ୟାଳୟ ସ୍ତରରେ କିପରି ଉପଯୋଗି ତାହା ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କର ଅଭିଭାଷଣରେ କହିଥିଲେ।

ମାନ୍ୟବର ସାଂସଦ ଖେଳଶିକ୍ଷାର ଗୁରୁତ୍ଵ ଉପରେ ତାଙ୍କର ଅଭିମତ ରଖିବା ସହ ସମସ୍ତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ବ୍ୟାଣ୍ଡ, ବରିକେଲ ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦୁଲ୍ ଦୁଲି ବାଜା ଓ ଲୋକ ନୃତ୍ୟ ସହ ସମସ୍ତ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ମୁଖ୍ୟଅତିଥି ଙ୍କ ଦ୍ଵାରା ଜିଲ୍ଲା କ୍ରୀଡ଼ା ପତାକା ଅବତରଣ କରାଯାଇ ଥିଲା। ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରମାନଙ୍କ ଦ୍ୱାରା ପରିବେଷିତ ଘୋଷ ବାଦ୍ୟର ତାଳେ ତାଳେ ସମସ୍ତ ବ୍ଲକ ରୁ ଆସିଥିବା ଖେଳାଳୀ ମାନେ ଜମ୍ବୁଲ ମାର୍ଚ ପାଷ୍ଟ କରିଥିଲେ। ଏହାକୁ ବ୍ଲକ କ୍ରୀଡା ସମ୍ପାଦକ ହରେକୃଷ୍ଣ ମେହେର ଓ ଟାଉନ ହାଇସ୍କୁଲ ପଦ୍ମପୁର ର ଖେଳ ଶିକ୍ଷକ ଚନ୍ଦ୍ରମଣି ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା।

ସମସ୍ତ ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ ରାଜେଶ ଖମାରୀ ଓ ଅଭିଳାଷ ସାହୁ। ଚଉଦ ବର୍ଷ ବାଳକ ବର୍ଗରେ ପାଇକମାଲ ବ୍ଲକ ଚାମ୍ପିଅନ ଓ ସୋହେଲା ବ୍ଲକ ରନର୍ସଅପ୍ ଏବଂ ସତର ବର୍ଷ ବାଳକ ବର୍ଗରେ ଝାରବନ୍ଧ ବ୍ଲକ ଚାମ୍ପିଅନ ଓ ପଦମପୁର ବ୍ଲକ ରନର୍ସଅପ୍ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ଏହି ଅବସରରେ ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ପ୍ରତ୍ୟୁଷ ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସମସ୍ତ ଖେଳଶିକ୍ଷକ ସହଯୋଗ କରିଥିଲେ।

error: Content is protected !!