Saturday, March 7, 2026
Homeଖେଳଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ।

ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ମିନି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାବିଭାଗ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଯୋଗ ଦେଇ ଖେଳାଳି ମାନଙ୍କୁ ଶପଥ ପାଠ କରାଇବା ସହ ଜିଲ୍ଲା ସମୁହ ପତାକା ଉତ୍ତୋଳନ କରି ଶୁଭ ଉଦ୍ଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରି,ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ନାୟକ,ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ବ୍ଲକ ଉପାଧକ୍ଷା ଯଶୋବନ୍ତୀ ପ୍ରଧାନ,ଗୋଷ୍ଠୀ ଶିକ୍ଷାଧିକାରୀ ରାମଲାଲ ବରିହା,ଜିଲ୍ଲାପରିଷଦ ସଭ୍ୟ ନୀଳମଣି ବରିହା,ସରପଞ୍ଚ ଶରତ କାଲୋ,ସମିତି ସଭ୍ୟ ସରୋଜ ଶ୍ରୀଭୂଷଣ ସାହୁ, ସମିତି ସଭ୍ୟା ଅଞ୍ଜନା ସେଠ,ସମିତି ସଭ୍ୟା ସରୋଜିନୀ ପାଧାନ,ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଜ୍ୟୋତି ପ୍ରକାଶ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଜିଲ୍ଲାର ୧୨ ଗୋଟି ବ୍ଲକର ୪୮୦ ଜଣ ଖେଳାଳି ଯୋଗଦେଇଥିବା ବେଳେ ୪୨ ଜଣ କ୍ରୀଡା ଶିକ୍ଷକ ଯୋଗଦେଇଛନ୍ତି । ଏହା ଅଗଷ୍ଟ ୨୭ ତାରିଖ ରୁ ଅଗଷ୍ଟ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନଧରି ଗାଇସିଲେଟ,ସରଧାପାଲି ଓ ବାରିହାପୁଖାପାଣି ଖେଳପଡିଆ ଠାରେ ଅନୁଷ୍ଠିତ ହେବ ।

error: Content is protected !!