ବରଗଡ଼ – ବରଗଡ଼ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ପୁଣି ରିଳାଏନ୍ସ କମ୍ପାନୀ ପ୍ରତିନିଧି ଏବଂ ସଂଯୁକ୍ତ କୃଷକ ସଂଗଠନ ର ସଦସ୍ୟ ମାନଙ୍କ ସହିତ ତ୍ରିପାକ୍ଷିକ ବୈଠକ ବସିଥିଲା। ସଂଗଠନର ପୂର୍ବ ଦାବୀ ମୁତାବକ ବିଗତ ବର୍ଷର ମିଗ ଜୋମ ଜନିତ ଫସଲ ନଷ୍ଟ ହୋଇଥିବା କ୍ଷତିପୂରଣ ବୀମା କମ୍ପାନୀ ଠିକ ଭାବେ ଆକଳନ କରିନାହିଁ କିମ୍ବା ଯୋଗ୍ୟ କ୍ଷତି ଗ୍ରସ୍ତ ଚାଷୀଙ୍କୁ ଉଚିତ ପ୍ରାପ୍ୟ ଦେଇ ନାହିଁ ଯାହାକୁ ନେଇ ଅନେକ ଆନ୍ଦୋଳନ ହୋଇଛି ଏବଂ ଗତ ୧୮ ନଭେମ୍ବରରେ ରେଳ ଅବରୋଧ କରିବା ନିଷ୍ପତ୍ତି ପରେ ଏହି ଆଲୋଚନା ହୋଇଛି।
ଆଜିର ଆଲୋଚନାରେ ମିଗ ଜୋମ ଜନିତ ଫସଲ ବୀମା, ଖରିଫ ଋତୁର ବୀମା ଏବଂ ବର୍ତ୍ତମାନ ସୁଦ୍ଧା ରବି ଏବଂ ଖରିଫ ଋତୁ ମାନଙ୍କରେ ଆବେଦନ କରିଥିବା ଚାଷୀ ମାନଙ୍କ approv ହୋଇନାହିଁ ଏବଂ ଏଚ.ଡି.ଏଫ.ସି ଫସଲ ବୀମା କମ୍ପାନୀର ମଧ୍ୟ ବକେୟା ଥିବା କ୍ଷତିପୂରଣ ତୁରନ୍ତ ପୈଠ କରିବା ପ୍ରସଙ୍ଗ ଆଲୋଚନା ହେଲା। ୨୦୨୧ ଖରିଫ ଋତୁର ଅମ୍ବାଭାନା ବ୍ଲକର ଖୋଲା ପଞ୍ଚାୟତ କମ ପ୍ରତିଶତ ପାଇଥିବା ଅନେକ ଚାଷୀଙ୍କ policy approv ହୋଇଥିଲେ ମଧ୍ୟ କ୍ଷତିପୂରଣ ପାଇନାହାନ୍ତି ଏବଂ ୨୦୨୨ ରବି ଋତୁର ଭେଡେନ,ଅତାବିରା ଅନେକ ଯୋଗ୍ୟ ହିତାଧିକାରୀ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପାଇବାରୁ ବଞ୍ଚିତ ଅଛନ୍ତି ।
ଏଣୁ ଏହାକୁ ଅତି ଗୁରୁତ୍ବ ସହିତ ବିଚାର କରି ଆସନ୍ତା ୧୫ ଡିସେମ୍ବର ସୁଦ୍ଧା ସମସ୍ତ ଚାଷୀଙ୍କର ସମସ୍ୟା ର ସମାଧାନ କରି କ୍ଷତିପୂରଣ ଦେବା ପାଇଁ କୃଷକ ସଂଗଠନ ଦୃଢ ଦାବୀ ଉପସ୍ଥାପନା କରିଛି ଏବଂ ଯଦି ଶୀଘ୍ର ସମାଧାନ କାରା ନ ଯାଏ ତାହା ହେଲେ ଆସନ୍ତା ଯେ କୌଣସି ସମୟରେ ରେଳ ରୋକ ସହିତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ରିଳାଏନ୍ସ କମ୍ପାନୀର ପ୍ରତିନିଧି କହିବା ଅନୁସାରେ ଆଜି ପାଇକମାଲ ବ୍ଲକ ର ବାଦିକଟା ଗ୍ରାମ ପଞ୍ଚାୟତର ୬୬୫ ଜଣ ଚାଷୀଙ୍କୁ ୨ କୋଟି ୮୭ ଲକ୍ଷ ଟଙ୍କା ଫସଲ ବୀମା କ୍ଷତିପୂରଣ ଦେଇଥିବା ପ୍ରକାଶ କରିଛନ୍ତି।
ଆଜି ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରସନ୍ନ ମିଶ୍ର, ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ର, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ ସୋନାଲିକା ସାହୁ, ଉମାକାନ୍ତ ପଧାନ, ସୋସାଇଟି ପ୍ରତିନିଧି ଅନନ୍ତ ଦାସ, ଡି ଆର ସି ଏସ ଅମୁଲ୍ୟ ଦାସ ଉପସ୍ଥିତ ଥିବା ବେଳେ ସଂଯୁକ୍ତ କୃଷକ ସଂଗଠନର ରମେଶ ମହାପାତ୍ର, ଉତ୍ପନ୍ନ କୁମାର ଭୋଇ, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ବୀରେନ୍ଦ୍ର କର, ସୁରେଶ ନିକେଣ୍ଟି, ରବିଶଙ୍କର ପଧାନ, ପ୍ରଭାତ ସାହୁ, ପ୍ରେମରାଜ ସାହୁ, ଲିଙ୍ଗରାଜ ପଧାନ, ଜୟ ପ୍ରକାଶ ବଢ଼େଇ, ହରେକୃଷ୍ଣ ସାହୁ, ଜୟକାନ୍ତ ପଧାନ, ଗୋପୀନାଥ ସାହୁ, ତପନ ମିଶ୍ର ଏବଂ ଦିବାକର ପଧାନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।