Sunday, November 24, 2024
spot_imgspot_imgspot_img
Homeରାଜନୀତିଜିଲ୍ଲା ପ୍ରଶାସନର ଭୋଟର ସଚେତନତା କାର୍ଯ୍ୟକ୍ରମ : ରଙ୍ଗୋଲି, ୱାକଥନ ଏବଂ ସେଲ୍ଫି ମାଧ୍ୟମରେ ଭୋଟରଙ୍କୁ...

ଜିଲ୍ଲା ପ୍ରଶାସନର ଭୋଟର ସଚେତନତା କାର୍ଯ୍ୟକ୍ରମ : ରଙ୍ଗୋଲି, ୱାକଥନ ଏବଂ ସେଲ୍ଫି ମାଧ୍ୟମରେ ଭୋଟରଙ୍କୁ ସଚେତନ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ I

ବରଗଡ଼-ଭୋଟରଙ୍କୁ ସଚେତନ କରିବା ସହ ମତଦାନର ମହାନ ପର୍ବରେ ବରଗଡ଼ ଜିଲ୍ଲାର ସମସ୍ତ ଭୋଟରଙ୍କ ଶତ ପ୍ରତିଶତ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ଅଭିନବ ପ୍ରୟାସ ଜାରି ରଖିଛି I ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ “ମିଲି ମିଶି ହେମା ଯୋଟ୍, ସଭେ ଆସ ଦେମା ଭୋଟ୍” ନାରା ଦେଇ ଭୋଟରଙ୍କୁ ସଚେତନ କରୁଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ଦ୍ୱରା ଜିଲ୍ଲପାଳଙ୍କ କାର୍ଯ୍ୟଳୟ ନିକଟରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ତଥା ୱାକଥନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି I କାର୍ଯ୍ୟକ୍ରମରେ ସ୍ଥାନୀୟ କେଲଜ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ରଙ୍ଗୋଲି, ୱାକଥନ ଏବଂ ସେଲ୍ଫି ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି I

କାର୍ଯ୍ୟକ୍ରମରେ ସମସ୍ତେ ଏକ ସଚେତନ ମତଦାତା ଭାବେ ଦେଶର ଗଣତାନ୍ତ୍ରିକ ପରମ୍ପରା ମର୍ଯ୍ୟାଦା ବଜାୟ ରଖିବା ସହିତ ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ଆଗାମୀ ମଇ ୨୦ ତାରିଖ ଦିନ ନିଜ ମତାଧିକାର ପ୍ରୟୋଗ କରିବା ପାଇଁ ସଂକଳ୍ପ ନେଇଥିଲେ I ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭୋଟର ସଚେତନତା ନାରା ଦେଇ ୱାକଥନ ମାଧ୍ୟମରେ ମତଦାତାଙ୍କୁ ସଚେତନ କରାଯାଇଥିଲା I

ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋୟଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ସମ୍ମାନିତ ଅତିଥିଭାବେ ଭୋଟର ସଚେତନତା କାର୍ଯ୍ୟକ୍ରମ (ସୁଇପ ଆକ୍ଟିଭିଟି) ନୋଡାଲ ଅଫିସର ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସିଂ, ବରଗଡ଼ ଉପଜିଲ୍ଲାପାଳ କୁମାର ନାଗଭୁଷଣ, ବରଗଡ଼ ପରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ହରପ୍ରସାଦ ଭୋଇ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ ଯୋଗଦେଇ ଥିଲେ I

error: Content is protected !!