ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲାର ସଦର ସ୍ମାର୍ଟ ପାର୍କ ରେ ପତଞ୍ଜଳି ଯୋଗ ପୀଠ ହରିଦ୍ଵାର ର ନିର୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଯୋଗ ଶିକ୍ଷକଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇ ଯାଇଛି । ଏହି ଶିବିର କୁ ଜିଲ୍ଲା ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ ପଣ୍ଡା ସଂଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏଡିଏମଓ ଡ଼ା ଦୁର୍ଗାଦତ୍ତ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାରେ ଯୋଗ ଶିକ୍ଷକଙ୍କ ଭୂମିକା ଓ ଦାୟିତ୍ୱଗୁରୁତ୍ଵ ପୂର୍ଣ୍ଣ ବୋଲି କହିଥିଲେ ।
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ଆଜିର ସମାଜରେ ଯୋଗ ହିଁ ସ୍ଵାସ୍ଥ୍ୟ ସୁଧାର ଓ ସୁନ୍ଦର ସ୍ଵାସ୍ଥ୍ୟ ପାଇଁ ଏକ ପ୍ରମୁଖ ଭୂମିକା ନିଭାଇଛି ବୋଲି କହି ଥିଲେ । ଏହି ଶିବିରକୁ ବଲାଙ୍ଗିର ଜିଲ୍ଲାର ଭାରତ ସ୍ବାଭିମାନ ପ୍ରଭାରୀ ଯୋଗାଚାର୍ଯ୍ୟ ରଘୁ ଷଡ଼ଙ୍ଗୀ, ଅଧ୍ୟାପକ ଦୁର୍ଗା ସାହୁ ଶିବିରାର୍ଥୀ ଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଲା ତଥା ପଡୋଶୀ ଜିଲ୍ଲାର 50ଜଣ ଯୋଗ ଶିକ୍ଷକ ଯୋଗ ଶିକ୍ଷା ଗ୍ରହଣ କରିଥିଲେ । ଯୋଗ ସମିତି ର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଜିଲ୍ଳା ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)