Saturday, March 7, 2026
Homeରାଜ୍ୟଜିଲ୍ଲାଖଡୁରା ସମାଜ ନୁତନ ପରିଚାଳନା କମିଟି ଗଠିତ।

ଜିଲ୍ଲାଖଡୁରା ସମାଜ ନୁତନ ପରିଚାଳନା କମିଟି ଗଠିତ।

ବରପାଲି-ବରପାଲି ବଣିକ ସଂଘ ଭବନ ପରିସରରେ ବରଗଡ ଜିଲ୍ଲାସ୍ତରୀୟ ୫୦ ଘର ଖଡୁରା ସମାଜର ନୁତନ ପରିଚାଳନା କମିଟି ଗଠିତ ହୋଇଯାଇଛି। ପୁଷ୍ପରାଜ୍ ପାତ୍ରଙ୍କ ଅଧ୍ୟକ୍ଷତାରେ କାଯ୍ଯକ୍ରମ ପରିଚାଳିତ ହୋଇଥିଲା। ସଭାରେ ସମ୍ମାନିତ ଅତିଥି ଭାବରେ ଚେୟାରମେନ୍ ସିତାରାମ ପାତ୍ର, ରାଧେଶ୍ୟାମ ସାହୁ, କାଇଁଶିର, ସନ୍ତୋଷ ପନୁଆ ରଜା, ସରୋଜ ସାହୁ ଝଏର, ଗଜାନନ ପାତ୍ର ବରଗଡ,ଜମିଦାର ପାତ୍ର ତୋରା,ପ୍ରଫୁଲ୍ଲ ପାତ୍ର ରେମଣ୍ଡା, ନାରାୟଣ ଦାସ ସହେଲା, ଲେଖରାଜ୍ ସାହୁ ଅମାମୁଣ୍ଡା,ଅଜିତ ପାତ୍ର ପଦ୍ମପୁର,ହୃଷୀକେଶ ଦାସ ଗଣ୍ଠିଆ ପାଲି, କୃପାସିନ୍ଧୁ ସାହୁ ପିପିଲିପାଲି ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲାରେ ସମାଜକୁ ଏକଜୁଟ କରିବା ଉଦେଶ୍ଯ ନେଇ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା।

ସଭାପତି ଭାବରେ ପୁଷ୍ପରାଜ ପାତ୍ର,ଉପ ସଭାପତି ଭାବରେ ହରି ସାହୁ,ବିଶ୍ବନାଥ ସାହୁ ଓ ସନ୍ତୋଷ ସାହୁଙ୍କୁ ମନୋନିତ କରାଯାଇଥିଲା। ସାଧାରଣ ସଂପାଦକ ସରୋଜ ସାହୁ ରହିଥିବା ବେଳେ ସହସଂପାଦକ ଭାବେ ବିଶ୍ବନାଥ ପାତ୍ର,ହୃଷିକେଶ ଦାସଙ୍କୁ ଚୟନ କରାଯାଇଥିଲା। କୋଷାଧ୍ଯକ୍ଷ ଅଜିତ କୁମାର ପାତ୍ର ହୋଇଥିବା ବେଳେ ସହ କୋଷାଧ୍ୟକ୍ଷ ଭାବରେ ଶଶି ସାହୁଙ୍କୁ ଦାୟିତ୍ବ ଦିଆଯାଇଥିଲା। ସେହିପରି ଜିଲ୍ଲା ସଂଯୋଜକ ଭାବରେ କେଶବ ପ୍ରସାଦ ସାହୁ ରହିଥିଲେ। ସଂଗଠନିକ ବ୍ୟବସ୍ଥା ଓ ସମାଜ ବିକାଶ ଦିଗରେ ଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣାନନ୍ଦ ପାତ୍ର,ହୃଷୀକେଶ ଦାସ ସହଯୋଗ କରିଥିବା ବେଳେ ଅମୂଲ୍ୟ କୁମାର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!