Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜାମସେଠରେ ଅଷ୍ଟ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ।

ଜାମସେଠରେ ଅଷ୍ଟ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ।

ପାଇକମାଲ-ପାଇକମାଲ ବ୍ଳକ ଜାମସେଠରେ ଚାଲିଥିବା ଶ୍ରୀଶ୍ରୀ ପଞ୍ଚମୁଖୀ ହନୁମାନ ମହାପ୍ରଭୁଙ୍କ ପଞ୍ଚମ ବର୍ଷ ମନ୍ଦିର ପୂଜାମହୋତ୍ସବ ଓ ଅଷ୍ଟ ପ୍ରହରୀ ନାମଯଜ୍ଞ ବୁଧବାର ସମ୍ପନ୍ନ ହୋଇଛି। ମହା ଆଳତୀ ଓ ପୂର୍ଣ୍ଣାହୁତି ହୋଇ ପୂଜା ସମ୍ପନ୍ନ ହୋଇଛି। କର୍ତ୍ତା ଭାବରେ ଶତୃଘନ ସାହୁ ଓ ଜୟନ୍ତୀ ସାହୁ ଥିବାବେଳେ ମୁଖ୍ୟ ପୂଜକ ଭାବରେ ପଣ୍ତିତ କିଶୋର ଚନ୍ଦ୍ର ଦାସ ପୂଜା ସମ୍ପାଦନା କରିଥିଲେ। ଏଥିରେ ଜାମସେଠ, ଛିନ୍ଦେଇକେଲା,ଚିହିଁକିପାଲି , ଭାଟବାହାଲି ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ ।

ନାମଯଜ୍ଞ ସମାପନ ପରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷ୍ମଣ ସାହୁ,ଭରତ ସାହୁ, ରତ୍ନାକର ସାହୁ, ସୋମ୍ୟରଞ୍ଜନ ସାହୁ, ହେମନ୍ତ ପ୍ରଧାନ, ନନ୍ଦିକିଶୋର ନନ୍ଦ, ପ୍ରମୋଦ ରାଏ, ସରୋଜ ପଟ୍ଟନାୟକ, ସୁଧାଂଶୁ ଶେଖର ସେଠ, ଛିନ୍ଦେଇକେଲା ନାରାୟଣ ଯୁବକ ସଂଘ ସଦସ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ।

error: Content is protected !!