Sunday, March 8, 2026
Homeରାଜ୍ୟଜାମପାଲିରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ।

ଜାମପାଲିରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ।

ଝାରବନ୍ଧ-ଝାରବନ୍ଧ ବ୍ଲକ ଭଣ୍ଡାରପୁରୀ ଗ୍ରାମପଂଚାୟତ ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମପାଲି ପରିସରରେ ଜାମପାଲି କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଘନିଷ୍ଠ ସାହୁ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କିରନ ବାଗ ସରପଞ୍ଚ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ମହେନ୍ଦ୍ର ପ୍ରଧାନ ଏବିଇଓ ଝାରବନ୍ଧ, ଜାମପାଲି କ୍ଲଷ୍ଟର ସିଆରସିସି କରୁଣାକର ପ୍ରଧାନ ,ବିଦ୍ୟାଳୟ ପରିଚାଳନା

କମିଟି ଅଧକ୍ଷ ପ୍ରମୋଦ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରନ୍ଧର ତାଣ୍ଡି ଯୋଗ ଦେଇଥିଲେ l ଶିକ୍ଷକ ରୋହିତ କଲେତ ମଞ୍ଚ ପରିଚାଳନା କରିଥିଲେ ବେଳେ ନିପୁଣ ଓଡିଶା କାର୍ଯ୍ୟକ୍ରମରେ ଜାମପାଲି କ୍ଲଷ୍ଟରର ଦଶ ଗୋଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅବିଭାବକ ଯୋଗ ଦେଇ ଥିଲେ l ସରକାର ଙ୍କ ଏହି ନିପୁଣ ମେଳା ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିଷୟରେ ବିଭିନ୍ନ ଶିକ୍ଷା ସମ୍ୱନ୍ଧୀୟ ଉପକରଣ ପ୍ରଦର୍ଶନ ହୋଇଥିଲା l

error: Content is protected !!