ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ ବୁଗବୁଗା ପଂଚାୟତ ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଏଠାରେ ୭୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି କିନ୍ତୁ ଏଠାରେ ବର୍ତ୍ତମାନ ୩ ଜଣ ଶିକ୍ଷକ ଅଛନ୍ତି |ଆସନ୍ତା ଜୁଲାଇ ମାସରେ ଜଣେ ଶିକ୍ଷକ ଅବସର ନେବେ ଯାହାଫଳରେ ଆଉ ମାତ୍ର ୨ ଜଣ ଶିକ୍ଷକ ରହିବେ ୨ ଜଣ ଶିକ୍ଷକ ୮ଟି ଶ୍ରେଣୀର ପାଠପଢାଇବା ଅସମ୍ଭବ ହୋଇପଡିବ ।

ତେଣୁ ଆଉ ଗୋଟିଏ ଶିକ୍ଷକ ନିଯୁକ୍ତି ପ୍ରଦାନ କରିବା ପାଇଁ ସୋମବାର ପୂର୍ବାହ୍ନ ସମୟରେ ଜାମଟିକ୍ରା ଗ୍ରାମବାସୀ ଅତାବିରା ବିଇଓ କାର୍ଯ୍ୟାଳୟକୁ ଆସି ବିଇଓ ରତ୍ନମୟୀ ପୁରୋହିତ କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

ଏ ସମ୍ପର୍କରେ ବିଇଓଙ୍କୁ ପଚାରିବାରୁ ସେ କହିଲେ ଜୁଲାଇ ମାସ ଭିତରେ ଶିକ୍ଷକ ନିଯୁକ୍ତି ଦିଆଯିବ ପାଠପଢାରେ କୌଣସି ଅସୁବିଧା ହେବ ନାହିଁ |ଦାବିପତ୍ର ଦେବା ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ତ୍ରିପାଠୀ,ସଭ୍ୟା ଜେମାବତୀ ନାଗ,ଡୋଲାବତୀ କର୍ମୀ,କଲ୍ୟାଣୀ ଠାଠୀ,ସଭ୍ୟା ତ୍ରିପାଠୀ,ନୀଲାବତୀ କଠାର,ଶାନ୍ତିଲତା କଠାର ପ୍ରମୁଖ ଉପସ୍ତିତ ଥିଲେ |


