Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜାନୁୟାରୀରେ ସିରଜିନା ପକ୍ଷରୁ ଅନୁଷ୍ଠିତ ହେବ ନାଟ୍ୟ ମହୋତ୍ସବ ।

ଜାନୁୟାରୀରେ ସିରଜିନା ପକ୍ଷରୁ ଅନୁଷ୍ଠିତ ହେବ ନାଟ୍ୟ ମହୋତ୍ସବ ।

ପଦ୍ମପୁର – ସ୍ଥାନୀୟ କଚେରୀ ପରିସରରେ ସିର୍ଜିନା ସାହିତ୍ୟ ଆଉ ସାଂସ୍କୃତିକ ଅନୁଷ୍ଠାନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସଭାପତି ଶ୍ରୀ ରାଜୁ ଘିବେଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ମହାନ୍ତି, ଶ୍ରୀ ପ୍ରିତମ ମେହେର, ଶ୍ରୀ ସନ୍ତୋଷ ମହାନ୍ତି,ଶ୍ରୀ ଶେଷଦେବ ମେହେର,ଶ୍ରୀ ଆଦିତ୍ୟ ରଥ, ଶ୍ରୀ ପ୍ରମୋଦ ନାଥ, ଶ୍ରୀ ସଞ୍ଜୀବ ବହିଦାର, ଶ୍ରୀ ସନ୍ତୋଷ ସିଂ ଠାକୁର,ଶ୍ରୀ ସୁଶାନ୍ତ ମହାପାତ୍ର, ଶ୍ରୀ କିଶୋର ପାତ୍ର, ଶ୍ରୀ କୁଞ୍ଜ ବିହାରୀ ସରାଫ, ଶ୍ରୀ ନୀରୋଜ ପାଣି ଓ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

ଏହି ବୈଠକରେ ଅନୁଷ୍ଠାନର ପଞ୍ଜୀକରଣ କରିବା ନିମନ୍ତେ ସବିଶେଷ ଆଲୋଚନା କରାଯାଇଥିଲା ଓ ଆସନ୍ତା ଜାନୁୟାରୀ ମାସରେ ଏକ ନାଟ୍ୟ ମହୋତ୍ସବ କରାଯିବା ପାଇଁ ସ୍ଥିର କରାଗଲା। ପରିଶେଷରେ ଶ୍ରୀ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!