Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜାତୀୟ ସାକ୍ଷରତା ଦିବସ ଶୋଭାଯାତ୍ରା ଅନୁଷ୍ଠିତ ।

ଜାତୀୟ ସାକ୍ଷରତା ଦିବସ ଶୋଭାଯାତ୍ରା ଅନୁଷ୍ଠିତ ।

ପାଇକମାଲ – ପାଇକମାଲ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ଅନ୍ତର୍ଗତ ଜାତୀୟ ସାକ୍ଷରତା ଦିବସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଛାତ୍ର ଛାତ୍ରୀ ମାନେ ପ୍ଲାକାର୍ଡ ସହ ସ୍ଲୋଗାନ ଦେଇ ମୁଖ୍ୟ ସହର ପରିକ୍ରମା କରିଥିଲେ। ପାଇକମାଳ ହାଇ ସ୍କୁଲ, ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ,ବାଳକ ପ୍ରାଥମିକ ବିଦ୍ୟାଳୟ ର ୩୨୫ ଜଣ ଛାତ୍ର ଛାତ୍ରୀ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ।

ଏହାକୁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ସଦସ୍ୟ ମଧୁସ୍ମିତା ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବି ଇ ଓ ଚୁଡ଼ାମଣି ବାରିକ, ଏ ବି ଇ ଓ ରାଧେଶ୍ୟାମ ମେହେର ଓ ଧଳେନ୍ଦ୍ର ବାରିକ,ଦ୍ଵାଦଶ କୁମାର ପ୍ରଧାନ,ସେବକ ସେଠ୍, ତ୍ରିଲୋଚନ ନାୟକ,ଅମିତ ସାହୁ ପ୍ରମୁଖ ଶୋଭାଯାତ୍ରାରେ ଯୋଗଦାନ କରି ଥିଲେ। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

error: Content is protected !!