Wednesday, May 14, 2025
spot_imgspot_imgspot_img
Homeରାଜ୍ୟଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ।

ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ।

ଝାରବନ୍ଧ-ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ତରଫରୁ ଆଜି ଅମଠି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସଭାପତି ମୋତିଲାଲ ବାଗ ଙ୍କ ସଭାପତିତ୍ବରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧା ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେନ୍ଦ୍ର ପ୍ରଧାନ ,ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁ, ସମ୍ୱନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟର ସୁପରଭାଇଜର ଜାହ୍ନବୀ ମେହେର, ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବ୍ୟ କିଶୋର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l

ଏହି ଅବସରରେ ତୁମୁରିପାଣି ଠାରେ ବୈତାଳି କ୍ଲଷ୍ଟର ର ସମସ୍ତ ଶିଶୁ ସାମ୍ବାଦିକ ମାନଂକୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l ଖବର ସଂଗ୍ରହ, ଖବର ଲେଖିବା ଶୈଳୀ, ଫୋଟୋ ଭିଡ଼ିଓ ଉତ୍ତୋଳନ, ସାକ୍ଷାତକାର ର ଶୈଳୀ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା l ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ତରଫରୁ ଶିଶୁ ସାମ୍ବାଦିକ ମାନଙ୍କୁ ନେଇ ତାଲିମ ପ୍ରଦାନ ଏବଂ ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମ କୁ ଅତିଥି ମାନେ ସମାଜ ପାଇଁ ଏକ ସୁନ୍ଦର ପ୍ରୟାସ ବୋଲି ଅଭିନନ୍ଦନ ଜଣାଇ ଥିଲେ l

ଜର୍ଣ୍ଣାଲିଷ୍ଟ ଏସୋସିଏସନ ର ନିଆରା ପ୍ରୟାସ ବାସ୍ତବ ରେ ଆଗମୀ ଦିନରେ ଶିକ୍ଷା ବିଭାଗ ରେ ଏକ ନୂତନ ବାର୍ତ୍ତା ପ୍ରଦାନ କରି ଉତ୍ତମ ଛାତ୍ରଛାତ୍ରୀ ଙ୍କର ଚରିତ୍ର ଗଠନ ରେ ସହାୟକ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିବ ବୋଲି ବିଡ଼ିଓ ଶ୍ରୀ ମିର୍ଦ୍ଧା କହିଥିଲେ l ଏହି ଅବସରରେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ର ଶିଶୁ ସାମ୍ବାଦିକ ଙ୍କୁ ଆଗକୁ ଆଣି ତାଙ୍କୁ ମଧ୍ୟ ବୈତାଳି କ୍ଲଷ୍ଟର ର ଶିଶୁ ସାମ୍ବାଦିକ ଭଳି ଗଢିବା ପାଇଁ ସଭାପତି ମୋତିଲାଲ ବାଗ ସମସ୍ତଙ୍କୁ ଆହ୍ୱାନ କରିଥିଲେ l

ପାଇକମାଲ ବ୍ଲକ ରେ ଜୀବନ ହାରିଥିବା ନାବାଳିକା ର ଆତ୍ମା ର ସଦଗତି ନିମନ୍ତେ ସମସ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l ଜର୍ଣ୍ଣାଲିଷ୍ଟ ଏସୋସିଏସନ ର ସମ୍ପାଦକ ସୋମନାଥ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ ଭାବେ ରୂପାୟନ କରିବା ପାଇଁ ସଦସ୍ୟ ସୌଦାଗର ବରିହା, ଗୌରୀଶଙ୍କର ପାଞ୍ଚଭାୟା, ବାସନ୍ତୀ ପାଇକ ପ୍ରମୁଖ ସହଯୋଗ କରିଥିଲେ l ଅମଠି ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ଥିଲେ l

error: Content is protected !!